ଠାକୁର ଦର୍ଶନ ହେଲା ନାହିଁ | ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ କେନ୍ଦୁଘାଟି ବୁଲାଣି ରାସ୍ତାରେ l ଭୁବନେଶ୍ଵରରୁ ନୟାଗଡ଼ ଜିଲ୍ଲାର ୧୪ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରlଭଲର ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତ ମାନଙ୍କୁ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି l ଦୁର୍ଘଟଣାରେ ନୟାଗଡ ଚାହାବାଲି ଗାଁର ସରୋଜିନୀ ବେହେରା (୩୮) ବର୍ଷଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଶାନ୍ତିଲତା ବେହେରା(୬୨) ଓ ନିରଞ୍ଜନ ବେହେରା(୩୬) ଙ୍କୁ ଅଧିକା ଚ଼ିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି।
You can share this post!
author