ଆଜିକା ଦିନରେ ଗୋଟିଏ ସୁଖ ଓ ସମୃଦ୍ଧିମୟ ଜୀବନ ବଞ୍ଚିବା ସମସ୍ତଙ୍କର କାମ୍ୟ । ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ତା ସାଙ୍ଗକୁ ନିଜର ଜୀନଶୈଳୀକୁ ସୁଖମୟ କରିବା ପାଇଁ ମନୁଷ୍ୟ ବିଭିନ୍ନ ପନ୍ଥା ଆପଣାଇଥାଏ । ଆଜିକାଲି ତ ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ନିୟମର ପାଳନ ମନୁଷ୍ୟକୁ ସବୁଥିରେ ସାହାଯ୍ୟ କରିଥାଏ । କିନ୍ତୁ ଏସବୁରେ ଆଜିକା ଲୋକମାନେ ବହୁତ କମ୍ ବିଶ୍ୱାସ କରିଥାନ୍ତି ଏବଂ ଅନେକ ଲୋକ ଅଛନ୍ତି ଯିଏ କି ଏସବୁରେ ଅନ୍ଧ ବଳି ବିଶ୍ୱାସ କରିଥାନ୍ତି । ତେବେ ନିଜ ଜାଣତରେ ହେଉ କି ବା ଅଜାଣତରେ ଆମେ ଏମିତି କିଛି କାମ କରିଦେଉ ଯାହା ପାଇଁ ନିଜକୁ ହିଁ ପସ୍ତେଇବାକୁ ପଡେ । ତେବେ ସେ ସବୁ ପାଇଁ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ନିୟମ ଅଛି ଯାହା ଆମକୁ ମାନିବାକୁ ପଡିବ ତେବେ ଜାଣନ୍ତୁ କଣ ରହିଛି ସେହି ସବୁ ନିୟମ । ଘରେ ତୁଳସୀ ଲଗାଇବା ଓ ଏହାକୁ ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ । ପୂଜା କରି ମହିଳାମାନେ ସକାଳୁ ତୁଳସୀଙ୍କୁ ଜଳ ଅର୍ପଣ କରିଥାନ୍ତି । ତଥାପି ତୁଳସୀକୁ ସ୍ନାନ ନ କରି କେବେବି ଜଳସେଚନ କରିବା ଉଚିତ ନୁହେଁ ଏହାଦ୍ୱାରା ମାତା କ୍ରୋଧିତ ହୋଇ ଘରୁ ବାହାରି ଯାଆନ୍ତି । ଦ୍ୱିତୀୟରେ ଦେଖିବା ଟଙ୍କା ବା ଧନ କାହାକୁ ବା ପସନ୍ଦ ନୁହେଁ କିନ୍ତୁ ଆପଣ ଯଦି ଗାଧୋଇବା ପୂର୍ବରୁ ଟଙ୍କାକୁ ଛୁଉଁଛନ୍ତି ତେବେ ତାହା ଉଚିତ ନୁହେଁ । ଟଙ୍କା ସ୍ୱୟଂ ମାଆ ଲକ୍ଷ୍ମୀଙ୍କ ସ୍ୱରୁପ ବିଶ୍ୱାସ କରାଯାଏ ଯେ ଗାଧୋଇବା ପୂର୍ବରୁ ଟଙ୍କା ଛୁଇଁଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଘରେ ଦାରିଦ୍ର୍ୟତା ମାଡିଆସେ । ଯଦି ଆପଣମାନେ ଏସବୁ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ଭୁଲରେ ବି ଏପରି କରନ୍ତୁ ନାହିଁ ଯାହା ଆପଣଙ୍କୁ ବିପଦରେ ପକାଇବ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025