ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅର୍ନ୍ତଗତ ଗୁରାପଲ୍ଲୀ ୧୬ ନମ୍ୱର ଜାତୀୟ ରାଜପଥ ଥିବା ଟୋଲ ଗେଟ ନିକଟରେ ଗତ କାଲି ରାତିରେ ଅଜଣା ଗାଡି ଧକ୍କା ଦେବା ଫଳ ରେ ଜଣକର ଜୀବନ ଯାଇଛି | ଗୁରାପଲ୍ଲୀ ଗ୍ରାମର ଡି. ରଘୁ ପାତ୍ର ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜଣା ଗାଡି ଧକ୍କା ରେ ତାଙ୍କର ଜୀବନ ଯାଇଛି | ଗ୍ରାମବାସୀ ଶବକୁ ରାସ୍ତା ମଝିରେ ଅଟକ ରଖି ଦୁର୍ଘଟଣା ଘଟାଇ ଥିବା ଗାଡ଼ି କୁ ଧରିବା ଓ କ୍ଷତି ପୂରଣ ପ୍ରଦାନ ଦାବିରେ ଦୀର୍ଘ ତିନିଘଣ୍ଟI ଧରି ରାସ୍ତାରେ ବସି ରହିଥିଲେ | ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା | ଖଲିକୋଟ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ରମେଶ ପ୍ରଧାନ, ରମ୍ଭା ଥାନା ଅଧିକାରୀ ସତ୍ୟ ବ୍ରତ ଭୂତିଆ, ଛତ୍ରପୁର SDPO ଗୌରହରି ସାହୁ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଦୀର୍ଘ ସମୟ ଧରି ବୁଝା ଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ଓ ପୋଲିସ ଶବ କୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା |

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025