ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ଡ଼ଙ୍ଗାସିଲ ପଞ୍ଚାୟତ ମୁନୁଷ ପଦର ଗ୍ରାମର ଅଜଣା ରୋଗରେ ଆକ୍ରାନ୍ତ ହୋଇ ତିନି ଶିଶୁମୃତ୍ୟ ଦୁଇ ନୁଆ ଆକ୍ରନ୍ତା ଚିହ୍ନଟ,ଆଉ ପାଞ୍ଚଜଣ ରୋଗୀ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ହେଉଛନ୍ତି। ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗତକାଲି ରାତିରେ ଆଉ ଜଣେ ପିଡିତା ଆଖି ବୁଜିଛି। ସେ ହେଉଛନ୍ତି ଉକ୍ତ ଗ୍ରାମର ବୁଧ ମାଝୀ ଙ୍କ ଝିଅ କାଲି ମାଝୀ(୧୩)ବର୍ତ୍ତମାନ ୪ ଶିଶୁ ଏବଂ ଦୁଇ ବୃଦ୍ଧା ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି। ଦୀର୍ଘ ୧୫ ଦିନ ହେବ ଏହି ଅଜଣା ରୋଗରେ ଗ୍ରାମ ବାସୀ ପିଡିତ ହେଉଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାଇ ନାଳ ଏବଂ ଝରଣା ପାଣି ସେବନ କରିବା ଦ୍ୱରା ଏପରି ସମସ୍ୟା ଉପୁଜିଛି। ଖଵର ଜଣାପଡିବା ପରେ ଗତକାଲି କାଶିପୁର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ଡାକ୍ତରି ଟିମ ଯାଇ ପରୀକ୍ଷା କରି ପ୍ରତିଷେଧକ ଔଷଧ ଦେଇ ଫେରିଥିଲେ। ପୁଣିଥରେ ଆଜି ଏକ ଡାକ୍ତରୀ ଦଳ ସହ ଅତିରିକ୍ତ ଜନସ୍ବାସ୍ଥ ଅଧିକାରି ମମତା ଚୌଧୁରୀ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଔଷଧ ବିତରଣ କରି ଫେରିଛନ୍ତି। ଆଜି ମଧ୍ୟ ଦୁଇ ଜଣ ସଙ୍କ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ ନେବାପାଇଁ ଯାଇଥିବା ଡାକ୍ତରୀଦଳ ବହୁତ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକ ମନା କରିବା ଦ୍ବାରା ଡାକ୍ତରୀ ଦଳ ନିରାଶ ହୋଇ ଫେରି ଆସିଥିଲେ। ଗାଁକୁ ଯିବା ପାଇଁ ହେଲେ ପ୍ରାୟ 06 କିଲୋମିଟରେ ପାହାଡିଆ ପାଦଚଲା ରାସ୍ତା ଦେଇ ୩ଟି ନାଳ ଅତିକ୍ରମ କରି ବହୁ କଷ୍ଟରେ ଯିବାକୁ ପଡୁଛି ।

You can share this post!
author