ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ଚୀନବାସୀ !

ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ଚୀନବାସୀ !

ପୁଣି କୋଭିଡ ଭଳି ସ୍ଥିତି ଆସିବାକୁ ଯାଉଛି । ଚୀନରେ ମହାବିପତ୍ତି କରୋନା ଭଳି ସ୍ତିତିକୁ ପୁଣି ଦେହେରାଇବ ଚୀନ । କରୋନା ମହାମାରୀ ସଂପୂର୍ଣ୍ଣ ରୂପେ ଯାଇନଥିବା ବେଳେ ଏବେ ପୁଣି ଚୀନରେ ଏକ ଅଜଣା ରୋଗର ଆକ୍ରାନ୍ତ ଦେଖିବାକୁ ମିଳିଲାଣି । ଏଠାକାର ଲୋକେ ଏକ ରହସ୍ୟମୟ ନିମୋନିଆ ରୋଗରେ ପୀଡ଼ିତ ହେଉଛନ୍ତି । ପୁଣି ଲୋକେ ମସ୍କ ପିନ୍ଧି ବୁଲୁଛନ୍ତି । ଦେଶର ଅଧିକାଂଶ ସ୍କୁଲରେ ପିଲାମାନେ ଏହି ରୋଗରେ ପୀଡ଼ିତ ହେଉଛନ୍ତି ।


ଏହି ରୋଗରେ ବହୁ ଲୋକ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହେଲେଣି । ତେବେ ଛୋଟ ଛୋଟ ପିଲାଙ୍କୁ ଏହି ରୋଗ ବେଶମାତ୍ରାରେଣେହଉଥିବା ବେଳେ ଏବେ ଚୀନରେ ଶିଶୁ ରୋହ ବିଭାଗରେ ରୋଗୀଙ୍କ ପାଈଁ ଜାଗା ମିଳୁନି । ବିଶେଷ କରି ବେଜିଂ ଏବଂ ଲିଆଓନିଙ୍ଗରେ ଏହି ରୋଗ ଆତଙ୍କ ସୃଷ୍ଟି କରିଛି । ଡାକ୍ତରଖାନାରେ ବେଡ୍ ମଧ୍ୟ ଅଭାବ ପଡିଲାଣି। ଏହି ରହସ୍ୟମୟ ନିମୋନିଆ ଦ୍ୱାରା ପ୍ରଭାବିତ ପିଲାମାନଙ୍କର ଫୁସଫୁସରେ ଫୁଲା ଏବଂ ଉଚ୍ଚ ଜ୍ୱର ଭଳି ଲକ୍ଷଣ ଦେଖା ଦେଉଛି। ଏହି ରୋଗର ଲକ୍ଷଣ ହେଉଛି ଜୋର୍ ଜ୍ବର ଏବଂ ଫୁସଫୁସରେ ସଂକ୍ରମଣ । ଶ୍ବାସ ଜନିତ ସମସ୍ୟା ବି ସୃଷ୍ଟି ହେଉଛି । ତେବେ ଏଥିରେ କାହାକୁ କାଶ ହେଉନାହିଁ । ଏହାର ଲକ୍ଷଣ ସିନା ଜଣାପଡ଼ିଛି ହେଲେ କାରଣ ଜଣାପଡ଼ି ନାହିଁ । ଆହୁରି ମଧ୍ୟ ଏହା ବୟସ୍କମାନଙ୍କୁ ସଂକ୍ରମିତ କରିବାର ଦେଖା ଯାଇନାହିଁ । ଏହାକୁ ୱାକିଂ ନିମୋନିଆ ବୋଲି କୁହାଯାଉଛି । ଏହା ଯୋଗୁଁ ସ୍କୁଲ ବନ୍ଦ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ରୋଗକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ମାଗିଛି । ହସପିଟାଲରେ ଯେଉଁ ପିଲା ରୋଗରେ ଆକ୍ରାନ୍ତ ଆଡମିଟ ହୋଇଛନ୍ତି, ସେମାନେ ନିଶ୍ୱାସ ନେବାରେ ସମସ୍ୟା ଭୋଗୁଛନ୍ତି । WHO କହିଛି କି, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର ଚୀନ ଅଧିକାରୀ ଏକ ପ୍ରେସ କନଫରରେନ୍ସ ଜରିଆରେ ରହସ୍ୟମୟ ରୋଗ ବିଷୟରେ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *