ମୋଦିଙ୍କ ରୋଡ଼ ସୋ ବେଳେ ଅଟକି ରହିଥିଲା ଆମ୍ବୁଲାନ୍ସ . ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ନବୀନଙ୍କ ରୋଡ଼ ଶୋ ବେଳେ ଆମ୍ବୁଲାନ୍ସ ଆସିବାରୁ ନବୀନ ପ୍ରଥମେ ହାତ ହଲାଇ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ କହୁଥିଲେ . ଏବେ ନଜର ପକାନ୍ତୁ ଏହି ଦୃଶ୍ୟଉପରେ ମୋଦିଙ୍କ ଚାଲିଛି ରୋଡ଼ ଶୋ .ମୋଦିଙ୍କୁ ଦେଖିବାକୁ ଲୋକେ ଭିଡ଼ ଜମାଇଛନ୍ତି ପୋଲିସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାରିକେଟ ପାଖରେ ଠିଆ ହୋଇଛି .ଆଉ ଏହାର ଠିକ ପଛରେ ଭିଡ଼ ଭିତରେ ଆମ୍ବୁଲାନ୍ସ ଅଟକି ରହିଛି . ତେବେ ନିକଟରେ ଡିଜି ସମ୍ମିଳନୀରେ ଯୋଗ ଦେବା ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି . ଏହି ସମୟରେ ତାଙ୍କର କାରକେଡ ଯାଉଛି ଏବଂ ଲୋକେ ମୋଦିଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି .ତେବେ ଆମ୍ବୁଲାନ୍ସଟି ସେଠାରେ ଅଟକି ରହିଥିଲା . ପରେ ମୋଦିଙ୍କ ନିର୍ଦ୍ଦେଶରେ ପୁରା କାରକେଡ ସାଇଡ ହୋଇଥିଲା ଆଉ ଆମ୍ବୁଲାନ୍ସକୁ ବାଟ ଛଡାଯାଇଥିଲା .
ସେହିପରି ନିର୍ବାଚନ ସମୟରେ ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା . ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ରାଲିରେ ରୋଡ଼ ଶୋ କରୁଥିଲେ . ଏହି ସମୟରେ ରାସ୍ତାରେ ପ୍ରବଳ ଭିଡ଼ ହୋଇଥିଲା . ଆଉ ଆମ୍ବୁଲାନ୍ସ ଯିବାରେ ଅସୁବିଧା ହୋଇଥିଲା ପରେ ନବୀନ ହାତ ହଲାଇ ପ୍ରଥମେ ଆମ୍ବୁଲାନ୍ସଙ୍କୁ ବାଟ ଛାଡିବାକୁ କହିଥିଲେ .
ତେବେ ୩ ଦିନର ପୋଲିସ ମହାନିର୍ଦ୍ଦେଶକ ମହାମେଳିର ଆଜି ଶେଷ ଦିନ .ଶେଷ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୋଲିସ ମୁଖିଆଙ୍କୁ ମନ୍ତ୍ରଣା ଦେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଦେଶ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ .କିପରି ସାଇବର ଅପରାଧ ,ତଟ ସୁରକ୍ଷା ଓ ମାଓ ମୁକାବିଲା କରାଯାଇପାରିବ ସେ ନେଇ ସବୁ ରାଜ୍ୟର ପୋଲିସ ଡିଜି ଏବଂ ଆଇଜିଙ୍କ ସହିତ ରୋଡ଼ ମ୍ୟାପ ପ୍ରସ୍ତୁତ କରିବେ .