ଅଟଳ କ୍ୟାଂଟିନ ଯୋଜନା . ୫ଟଙ୍କାରେ ମିଳିବ ବସ୍ତି ଲୋକଙ୍କୁ ପେଟ ପୁରା ଖାଇବା . ୫ଟଙ୍କାରେ ପେଟ ପୁରା ଖାଇବା ସେ ପୁଣି ଆଉ କେଉଁଠି ନୁହେଁ ରାଜଧାନୀ ଦିଲ୍ଲୀରେ ମିଳିବ . ବସ୍ତିରେ ରହୁଥିବା ଲୋକଙ୍କୁ ୫ଟଙ୍କାରେ ପେଟପୁରା ଖାଦ୍ୟ ଦେବା ପାଇଁ ଅଟଳ କ୍ୟାଂଟିନ ଯୋଜନା ଆରମ୍ଭ କରାଯିବା .ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖରେ ବିଜେପି ନିଜର ସଂକଳ୍ପ ପତ୍ର ଜାରି କରିଛି .ଯେଉଁଥିରେ ମହିଳାଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ଼ା କହିଛନ୍ତି .ଗରିବ ମହିଳାଙ୍କୁ ଗ୍ୟାସ ସିଲିଣ୍ଡରରେ ୫୦୦ ଟଙ୍କା ସବସିଡ଼ି ମିଳିବ .ହୋଲି ଦୀପାବଳିରେ ଗୋଟିଏ ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ .
ସେହିପରି ମହିଳାଙ୍କୁ ପ୍ରତିମାସରେ ସମୃଦ୍ଧି ଯୋଜନାରେ ୨୫୦୦ଟଙ୍କା ମିଳିବ .ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ଦିଆଯିବ .ମାତୃତ୍ୱ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି ସହ ଆୟୁଷ୍ମାନ ଭାରତ ଯୋଜନା ଦିଲ୍ଲୀରେ ଲାଗୁ କରାଯିବା ପାଇଁ କୁହାଯାଇଛି . ଏଥିରେ ସରକାରଙ୍କ ପକ୍ଷରୁ ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦିଆଯିବ.୬୦ରୁ୭୦ ବର୍ଷ ବୟସର ବରିଷ୍ଠ ନାଗରିକଙ୍କୁ ୨୫୦୦ ଟଙ୍କା ପେନସନ ଦିଆଯିବ ବୋଲି କୁହାଯାଇଛି .