ଅଟୋରେ ଭୋଟ ବୋହିନେଲେ ସୌମ୍ୟ, ଟେନସନରେ ବଦ୍ରି

ଅଟୋରେ ଭୋଟ ବୋହିନେଲେ ସୌମ୍ୟ, ଟେନସନରେ ବଦ୍ରି

ରାଜ୍ୟରେ ଜାରି ରହିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ଶେଷ ହେବା ପରେ କେବଳ ଗୋଟିଏ ଦିନର ଅପେକ୍ଷା । ଆସନ୍ତା ଜୁନ୍ 4 ତାରିଖ ଯେଉଁଦିନ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବ । ତେବେ ଆଜି ବଡ ବଡ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଥିବାବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟ ରାଜନୀତିର ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା ସରିଯାଇଛି । ସ୍ୱାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକ ଓ ବିଜେଡିର ପାୱାରଫୁଲ ନେତା ବଦ୍ରି ପାତ୍ରଙ୍କ ମଧ୍ୟରେ ହୋଇଥିଲା କଡା ମୁକାବିଲା । ଯେଉଁଥିପାଇଁ ରୋଚକ ମୋଡକୁ ଗତି କରୁଥିଲା ଘଷିପୁରାର ନିର୍ବାଚନୀ ମାହୋଲ । କେଉଁ ଦୁଇ ଦଳ ନୁହେଁ ବରଂ ପୂର୍ବତନ ବିଜେଡି ନେତା ତଥା ବର୍ତ୍ତମାନର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ଘଷିପୁରାରେ ନିଜର ସଂଗଠନ ନଥାଇ ମଧ୍ୟ ସୌମ୍ୟ ସେଠାରେ ନୂଆ କରି ଏଣ୍ଟ୍ରି କରି ବାଜି ମାରିନେବେ ବୋଲି ଚର୍ଚ୍ଚା ହେଉଥିଲା । ଯେଉଁଥିପାଇଁ ଭୟରେ ଥରୁଥିଲେ ବିଜେଡି ହେଭିୱେଟ । ସେଇଥିପାଇଁ ତ ସୌମ୍ୟଙ୍କ ରାସ୍ତାରେ କଣ୍ଟା ସାଜିବା ପାଇଁ କରୁଥିଲେ ଷଡଯନ୍ତ୍ର । କେତେବେଳେ ତାଙ୍କ ସମର୍ଥଙ୍କୁ ବିଜେଡି କର୍ମୀ ମାଡ ମାରୁଥିଲେ ତ ଆଉ କେତେବେଳେ ତାଙ୍କ ସମର୍ଥକଙ୍କୁ ଗିରଫ କରି ନେଇ ଥାନାରେ ରଖୁଥିଲେ । ହେଲେ ଏତେ ଅଶାନ୍ତ ଘଷିପୁରାରେ ଶାନ୍ତ ଭାବରେ ମତଦାନ ସରିବା ପରେ ଜୁନ 4ର ଫଳାଫଳକୁ ଅପେକ୍ଷା । ଘଷିପୁରା ବିଜେଡିର ଗଡ ହୋଇ ରହିଆସିଛି ଲଗାତାର ଭାବେ ବଦ୍ରି ନାରାୟଣ ପାତ୍ର ଏଠାରୁ ହ୍ୟାଟ୍ରିକ କରୁଥିଲେ କିନ୍ତୁ ଚଳିତ ନିର୍ବାଚନରେ ବଦ୍ରିଙ୍କ ଗଡରେ ସୌମ୍ୟଙ୍କ ଏଣ୍ଟ୍ରି ଏକପ୍ରକାର ବିଜେଡି ପାଇଁ କାଳ ସାଜିଛି । ଅଟୋ ଚିହ୍ନରେ ନିର୍ବାଚନ ଲଢି ସବୁ ଭୋଟ ବୋହି ନେଇଛନ୍ତି ସୌମ୍ୟ ଯାହାକୁ ନେଇ ଏବେ ଟେନସନରେ ବଦ୍ରି । ତେବେ ଘଷିପୁରାରେ କଣ ହେବ ଏହି ଦୁଇ ହେଭିୱେଟଙ୍କ ଭାଗ୍ୟ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *