ଅଣସର ଘରେ ମହାପ୍ରଭୁ….

ଅଣସର ଘରେ ମହାପ୍ରଭୁ….

ଶୁକ୍ଳ ବସ୍ତ୍ର, ଶୁକ୍ଳରଙ୍ଗର ଫୁଲରେ ଚାଲିଛି ସେବା |

। ଅଣସର ଘରେ ମହାପ୍ରଭୁଙ୍କ ନିକଟରେ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ରଙ୍ଗର ଫୁଲ ଲାଗି ନୀତି ସମ୍ପର୍ଣ୍ଣ କରୁଛନ୍ତି ଦଇତାପତି ସେବାୟତ ।  ବୈଦ୍ୟରାଜଙ୍କ ପରାମର୍ଶକ୍ରମେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନା ଓ ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଭୋଗ କରାଯାଉଛି ।ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟି ଦିଅଁଙ୍କ ପୂଜାର୍ଚ୍ଚନା । ଶ୍ରୀମନ୍ଦିର ଆସୁଥିବା ଭକ୍ତ ଏବେ ପଟି ଦିଅଁ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଦେବୀ ଭୁବନେଶ୍ୱରୀଙ୍କ ଦର୍ଶନ କରୁଛନ୍ତି । ଶ୍ରୀଜିଉଙ୍କ ଅଣସର ସମୟରେ ହିଁ ଏହି ପଟି ଦିଆଁ ପୂଜା ପାଇଥାନ୍ତି ।ସେପଟେ ଦ୍ୱିତୀୟ ଦିନରେ ଅଲାରନାଥଙ୍କ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରତ୍ନବେଦୀରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଏବେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *