ହଁ ଦର୍ଶକବନ୍ଧୁ ଦାଣ୍ଡରେ ପଡି ହାଟରେ ଗଡିଲାଣି ବିଜେପି ନେତା ସମୀର ଦାସ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ କଳି । ନିମାପଡାରେ ପ୍ରଭାତୀ ପରିଡାଙ୍କୁ ଜିତାଇବାରେ ଏକ ମୁଖ୍ୟ ଭୂମିକା ନେଇଥିଲେ ସମୀର ଦାସ । କିନ୍ତୁ ବିଜେପିରେ ନିଜେ କୋଣଠେସା ହେବା ପରେ ନିମାପଡାରେ ନିଜ ସଙ୍ଗଠନକୁ ମଜଭୁତ କରିଛନ୍ତି ସମୀର ଦାସ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ନିମାପଡାରେ ଆୟୋଜିତ ହୋଇଥିଲା ବିଜେପିର ସଦସ୍ୟତା କର୍ମଶାଳା ଏବଂ ଏହାର ନେତୃତ୍ୱ ନେଇଥିଲେ ବିଜେପି ନେତା ସମୀର ଦାସ । ଅନ୍ୟପଟେ ଯାହାକୁ ସହି ନପାରି ନିଜର କର୍ମୀଙ୍କୁ ମେଳିବାନ୍ଧି ଅନ୍ୟ ଏକ ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ । ଚର୍ଚ୍ଚା ହେଉଛି ନିମାପଡାରେ ବିଜେପିକୁ ନିଜ କବଜାକୁ ନେବା ପାଇଁ ରଣନୀତି କରୁଛନ୍ତି ସମୀର ଦାସ । ଚର୍ଚ୍ଚା ହେଉଛି କି ନିମାପଡାରେ ପ୍ରଭାତିଙ୍କ ବିଜୟ ପରେ ସମୀରଙ୍କୁ ଅଣଦେଖା କରୁଛନ୍ତି ପ୍ରଭାତି ପରିଡା । ଯେଉଁ ସମୀରଙ୍କ ପାଇଁ ନିର୍ବାଚନ ଜିତିଥିଲେ ତାଙ୍କୁ ପଛରେ ପକାଇ ନିମାପଡାରେ ନିଜ ଗଡକୁ ସୃଦୁଢ କରୁଛନ୍ତି ଉପମୁଖ୍ୟମନ୍ତ୍ରୀ । ଯାହା ଜାଣିବା ପରେ ଏବେ ଫୁଲ ଆକ୍ସନ ମୋଡରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମୀର ଦାସ । ନିମାପଡାରେ ଚାଲିଥିବା ଚର୍ଚ୍ଚା ଅନୁସାରେ ସମୀରଙ୍କୁ ଅଣଦେଖା କରି କାର୍ଯ୍ୟ କରିବାକୁ କୁଆଡେ ନିର୍ଦ୍ଦେଶ ଦେଇଥିଲେ ପ୍ରଭାତି । ଯାହାକୁ ଜାଣିପାରି ନିଜେ ଗେମ ଖେଳିଛନ୍ତି ସମୀର ଦାସ । ପ୍ରଭାତିଙ୍କ ବିରୁଦ୍ଧରେ ଗୋଟି ଚାଳନା ଆରମ୍ଭ କରିଦେଇଛି । ଗୋଟିଏ ପଟେ ସୁଭଦ୍ରା ଯୋଜନାକୁ ନେଇ ବିରୋଧିଙ୍କ ସମାଲୋଚନାର ଶିକାର ହେଉଥିବା ପ୍ରଭାତି ପରିଡାଙ୍କୁ ଏପଟେ ସମୀରଙ୍କ ନିଶାନା ରାଜ୍ୟ ରାଜନୀତିରେ ବିଜେପିରେ ସୃଷ୍ଟି ହେଉଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଉଛି । ତେବେ ପ୍ରଭାତି-ସମୀର କଳି ଆଗକୁ ରାଜ୍ୟ ରାଜନୀତିକେ କେଉଁ ମୋଡ ଆଣୁଛି ତାହାର ଅପେକ୍ଷା ।

You can share this post!
author