ଅଧାରୁ ବନ୍ଦ ହେଲା ଭୋଟ ଉଷ୍ମହେଲା ରାଜନୀତି

ଅଧାରୁ ବନ୍ଦ ହେଲା ଭୋଟ ଉଷ୍ମହେଲା ରାଜନୀତି

ଅଧାରୁ ବନ୍ଦ ହେଲା ଭୋଟ ଉଷ୍ମହେଲା ରାଜନୀତି . ଏବେ ଚର୍ଚ୍ଚାରେ ରହିଛି ଅନାସ୍ଥା କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଗତକାଲି ଅନାସ୍ଥା ଭୋଟିଂ ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ରହିଲା ପରେ ଉଷ୍ମ ହୋଇଛି ନିଶ୍ଚିନ୍ତକୋଇଲି ବ୍ଲକ . ଅଧକ୍ଷାଙ୍କ ସମର୍ଥନରେ ବାହାରି ଜଣେ ପରେ ଜଣେ ମୁହଁ ଖୋଲଛନ୍ତି ସରପଂଚ ଓ ସମିତି ସଭ୍ୟ ଏବଂ ଗତକାଲି ପ୍ରଶାସନର ଅଗଣତାନ୍ତ୍ରିକ ଭାବେ ଭୋଟିଂକୁ ସ୍ଥଗିତ ରଖାଯାଇଥିବା ଆରୋପ କରିଛନ୍ତି ବିଭିନ୍ନ ପଂଚାୟତର ସରପଂଚ ଓ ସଭିତି ସଭ୍ୟ . ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ଅଧକ୍ଷା ରୋଜି ସେଠୀଙ୍କ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପଂଚାୟତର ସମିତି ସଭ୍ୟମାନେ ସାମିଲ ହୋଇ ପ୍ରଶାସନ ବିରୋଧରେ ଅଭିଯୋଗ ଆଣିଛନ୍ତି . ଇଶାଣି ବ୍ରହ୍ମପୁର ପଂଚାୟତର ସରପଂଚ ସୁଶାନ୍ତ ସେଠୀ ଗତକାଲି ଅପ୍ରତ୍ୟାଶୀତ ଭାବେ ୫ ଜଣ ସମିତି ସଦସ୍ୟ ଅସୁସ୍ଥ ହୋଇ କେଉଁଠି ଚିକିତ୍ସା ହେଉଛନ୍ତି ଏବଂ ନିର୍ବାଚିତ ଦାୟିତ୍ୱରେ ଥିବା ଅଧିକାରୀ ଅନିର୍ଦ୍ଧିଷ୍ଠ କାଳ ଛୁଟିରେ ରହିବାକୁ କାହାର ଚାପ ରହିଛି ଜିଲ୍ଲା ପ୍ରଶାସନ ସାର୍ବଜନୀନ କରୁ ବୋଲି ଦାବୀ ରଖିଛନ୍ତି . ସେହିଭଳି ତନକାଇ ସରପଂଚ ଜୟଦେବ ରାଉତ କହିଛନ୍ତି ଅଧକ୍ଷାଙ୍କ ସମର୍ଥନରେ ଅଧିକ ସରପଂଚ ଓ ସମିତିସଭ୍ୟ ରହିଥିବାରୁ ଏଭଳି ହୀନ ଉଦ୍ୟମ କରାଯାଇଥିବା କହିଛନ୍ତି . ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ବେଆଇନି ଭାବେ ଜଣେ ମହିଳା ଅଧକ୍ଷାଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଉଛି ତାହା ସଫଳ ହେବନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *