ପ୍ରତ୍ୟେକଙ୍କ ରୋଷେଇ ଘରେ ତେଲ ଏକ ପ୍ରମୁଖ ଜିନିଷ । ତେଲର ବ୍ୟବହାର ଦ୍ୱାରା ଖାଦ୍ୟଟି ପାଟିକୁ ବେଶ ସୁଆଦିଆ ଲାଗିଥାଏ । କିନ୍ତୁ ଅତ୍ୟଧିକ ତେଳ ଖାଇବା ଆପଣଙ୍କୁ ମହଙ୍ଗା ପଡିପାରେ । ଅନେକ ଲୋକ ଅନେକ ପ୍ରକାରର ତେଲ ବ୍ୟବହାର କରିଥାନ୍ତି । କିଏ ରିଫାଇନ ଅଏଲ ବ୍ୟବହାର କରେ ତ ପୁଣି କିଏ ଆହୁରି ଅନେକ ପ୍ରକାରର ତେଲ । ତେବେ ଏହି ଖାଇବା ତେଲ ମଧ୍ୟ ଜୀବନ ପାଇଁ ବିପଦ ସାଜିପାରେ ବୋଲି ଗବେଷଣାରୁ ଜଣା ପଡିଛି । ଏଭଳି ଏକ ତେଲ ରହିଛି ଯାହା ଅନେକ ସମୟରେ ଲୋକଙ୍କ ପ୍ରାଣ ନେଇ ହିଁ ଛାଡିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ , ପ୍ରତି ବର୍ଷ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିଛି ଅତ୍ୟଧିକ ତେଲ ଖାଇବା । ଅତ୍ୟଧିକ ତେଲ ତେଲ ଡିଏନଏ ଡ୍ୟାମେଜ, , ହାର୍ଟ ଆଟାକ, ହାର୍ଟ ବ୍ଲକେଜ, ବ୍ରେନ ଡ୍ୟାମେଜ, ସୁଗାର, ବିପି, କ୍ୟାନ୍ସର, ହାଡକୁ ଦୁର୍ବଳ କରିଦେଇଥାଏ । ଯାହା ଫଳରେ ଅତ୍ୟଧିକ ମାତ୍ରାରେ ତେଲ ଖାଇବା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଉଛି । ତେଲକୁ ଖାଇବା ଦ୍ୱାରା ହାଡ଼ ଗଣ୍ଠିରେ ଯନ୍ତ୍ରଣା, ଅଣ୍ଟା ବିନ୍ଧା, କୀଡନି ଡ୍ୟାମେଜ, ଲିଭର ଖରାପ, କୋଲେଷ୍ଟ୍ରକ, ଆଖିର ପାୱାର କମିଯିବା, ତ୍ୱାଚା ରୋଗ ଆଦି ହୋଇଥାଏ । ଏ ରିପୋର୍ଟ ଆସିବା ପରେ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛି । ଫଳରେ ସମୟ ଥାଉ ଥାଉ ସାବଧାନତାର ସହିତ ଖାଦ୍ୟ ସେବନ କରିବା ଏବଂ ଖାଦ୍ୟ ପ୍ରସ୍ତୁତରେ କମ ତେଲ ସେବନ କରିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।

You can share this post!
author