ସାରା ଦେଶରେ ଏବେ ଗୋଟିଏ ଚର୍ଚ୍ଚା ଲାଗି ରହିଥିଲା ଅମ୍ୱାନୀ ପରିବାର ବିବାହ ଉତ୍ସବ । ବଡ ବଡ ସେଲିବ୍ରେଟୀଙ୍କ ସହିତ ନାମୀଦାମୀ ଶିଳ୍ପପତି ମାନେ ଯୋଗଦେଇଥିଲେ । ତାସାଙ୍ଗକୁ ଅମ୍ୱାନୀ ପରିବାରର ବିବାହ ଉତ୍ସବରେ ନାଚଗୀତ ଓ ମୁକେଶ ଅମ୍ୱାନୀ ଓ ତାଙ୍କ ପରିବାର ପିନ୍ଧିଥିବା ପୋଷାକକୁ ନେଇ ନାନା ଆଲୋଚନା ହେଉଥିଲା । ତେବେ ପ୍ରିୱେଡିଂ ଠାରୁ ଯେ ରିସେପସନ ପର୍ଯ୍ୟନ୍ତ ବହୁ ଅତିଥି ଆସିଥିଲେ । କିନ୍ତୁ ସବୁଠାରୁ ବଡ ଆଶ୍ଚଯ୍ୟର କଥା ହେଉଛି ଅମ୍ୱାନୀ ପରିବାରର ଶେଷ ଫଙ୍କସନ କିଛି ଖାସ ଲୋକଙ୍କ ପାଇଁ ରଖାଯାଇଥିଲା । ଏଥିରେ ଅମ୍ୱାନୀ ପରିବାର ନିଜ ଘର ଓ ଅଫିସର ସମସ୍ତ କର୍ମଚାରୀଙ୍କୁ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଏହି ଫଙ୍କସନରେ 10ହଜାର କର୍ମଚାରୀଙ୍କ ପରିବାର ସାମିଲ ହୋଇଥିଲେ । ମୁକେଶ ଅମ୍ୱାନୀ ତାଙ୍କ କର୍ମଚାରୀଙ୍କୁ ସେହି ବିବାହ ଉତ୍ସବକୁ ସ୍ୱାଗତ କରିଥିଲେ ଏବ ନିଜ ସ୍ପିଚ ମାଧ୍ୟମରେ ତାଙ୍କୁ ସ୍ୱାଗତ ଜଣାଇବା ସହ କୃତଜ୍ଞତା ଦେଇଥିଲେ । ତା ସାଙ୍ଗକୁ କହିଥିଲେ ଅନନ୍ତ ଓ ରାଧିକାଙ୍କ ବିବାହର ଏହା ଲାଷ୍ଟ ସେଲିବ୍ରେସନ କିନ୍ତୁ ମୋ ପାଇଁ ଆଜିର ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ । ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜ କର୍ମଚାରୀଙ୍କୁ ନିଜ ପରିବାର ବୋଲି ମାନିଥାନ୍ତି ଯେଉଁଥିପାଇଁ ଆଜି ସମସ୍ତେ ଏକଜୁଟ ହୋଇଛନ୍ତି । ତେବେ ବିବାହରେ ସାମିଲ ହୋଇଥିବା ବଡ ବଡ ଭିଆଇପି ମାନଙ୍କୁ ଯେଉଁଭଳି ଆତିଥ୍ୟ କରାଯାଇଥିଲା ତାଙ୍କ କର୍ମଚାରୀଙ୍କୁ ମୁକେଶ ଅମ୍ୱାନୀ ମଧ୍ୟ ସମାନ ଚର୍ଚ୍ଚା କରି ଏବେ ନିଜେ ଚର୍ଚ୍ଚିତ । ଖାଲି ସେତିକି ନୁହେଁ ଏହାପରେ ଅନନ୍ତ ଏବଂ ରାଧିକା ମଧ୍ୟ ନିଜ ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

You can share this post!
author