ଭୁବନେଶ୍ୱର:
ମହାମାରୀ ପରେ ପରେ ବଦଳିଛି ଶିକ୍ଷା ପଦ୍ଧତିର ଚିତ୍ର | ଶ୍ରେଣୀ ଗୃହରେ ଉପସ୍ଥିତ ନ ରହି ମଧ୍ୟ ଛାତ୍ରଛାତ୍ରୀ ସ୍ମାର୍ଟ ଫୋନ, କାମ୍ପୁଟର, ଲାପଟପ ଆଦି ଜରିଆରେ ପାଠ ପଢିପାରୁଛନ୍ତି |ସ୍କୁଲଶ୍ରେଣୀ ପାଠ ପଢାଠାରୁ ବିଶ୍ୱ ବିଦ୍ୟାଳୟ ପାଠପଢା ମଧ୍ୟ ସହଜ ସାଦ୍ଧ | ଆଉ ଏ ସମସ୍ତେ କାର୍ଯ୍ୟକୁ ସରଳ କରିଛି ବିଭିନ୍ନ ଟିଚିଙ୍ଗ ଆପ | ଟିଟିରାଲ ଟିୟୁଟରିଆଲ ଠାରୁ ଆରମ୍ଭ କରି ବ୍ୟକ୍ତିଗତ କ୍ଲାସ ଯୋଗାଇ ଦେବାକୁ ରହିଛି ଜୁମ, ଗୁଗଲ କ୍ଲାସ ରୁମ, ଗୁଗଲ ମିଟ ଇତ୍ୟାଦି | କେବଳ ସେତିକି ନୁହେଁ, ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ କମ୍ପାନୀ ମଧ୍ୟ ଏବେ ବ୍ୟକ୍ତିଗତ ଆପର ସୁବିଧା ଯୋଗେଇ ଦେଉଛନ୍ତି |
ଅଧିକାଂଶ ଛାତ୍ରଛାତ୍ରୀ ଅନଲାଇନ ଟିଚିଙ୍ଗ ଆପ, ଯଥା- ବାଇଜୁ, ଟପର, ବେଦାନ୍ତ, ଲର୍ଣ୍ଣି, ଅନଏକାଡେମୀ ଲର୍ଣ୍ଣି, ଡ଼ାଉଟନଟ, ପିଡ଼ବ୍ଲୁ, ଆଡା ୧୪୭ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି | ତେବେ ଏଥିରେ ଶିକ୍ଷାଗ୍ରହଣ କରିବାକୁ ହେଲେ ପେୟ ଦେବାକୁ ହୁଏ |
କେମିତି କରିବେ ବ୍ୟବହାର : ଗୁଗଲ ପ୍ଲେ-ଷ୍ଟୋରରେ ଡାଉନଲୋଡ଼ କରି ଇନଷ୍ଟଲ କରିବାକୁ ହୁଏ | ପରେ ନିଜର ବ୍ୟକ୍ତିଗତ ତଥ୍ୟ ଏବଂ ପଢିବାକୁ ଚାହୁଁଥିବା ପାଠକୁ ଚୟନ କରିବାକୁ ହୁଏ | ପର୍ସନାଲ ଇନଫରମେସନ ଯାହାକି ନିଜ ପାଠ୍ୟ ସମ୍ବନ୍ଧିୟ ତାହାକୁ ଇନଷ୍ଟଲ କରିବାକୁ ହୁଏ | ଅବଶ୍ୟ ଏଥିପାଇଁ ଅର୍ଥ ପୈଠ କରିବାକୁ ହୁଏ | ଏହାବାଦ ଜଣେ ଚାହିଁଲେ ୟୁଟ୍ୟୁବ ମଧ୍ୟ ମାଗଣାରେ ଶିକ୍ଷାଗ୍ରହଣ କରିପାରିବେ |
କ୍ଲାସ ସମୟରେ ଧ୍ୟାନ ଦିଅନ୍ତୁ : ପ୍ରତିଦିନ ଟିଚିଙ୍ଗ ଲାଇଭ କ୍ଲାସରେ ଠିକ ସମୟରେ ଯୋଗଦେବା ଦରକାର | ଅନଲାଇନ କ୍ଲାସ କରୁଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟକୁ ଖାତାରେ ହାଇଲାଇଟ କରିବା ଜରୁରୀ | ଅନଲାଇନ ଆପର ପ୍ରତି ଚାପ୍ଟର ଟେଷ୍ଟ, ଫୁଲଟେଷ୍ଟ ଦେବା ଜରୁରୀ | ବିଷୟବସ୍ତୁ ଅନୁସାରେ ନିଜର ପରୀକ୍ଷା ଫଳକୁ ତର୍ଜମା କରନ୍ତୁ ପ୍ରତି ବିଷୟବସ୍ତୁର ମାର୍କ, ର୍ୟାଙ୍କ, ପ୍ରଶ୍ନତ୍ତର ସମୟ ଆଦି ଉପରେ ଧ୍ୟାନ ଦେବା ଜରୁରୀ | ସମ୍ପ୍ରତି କମ ସମୟକୁ ଉପଯୋଗ କରି କିପରି ସମସ୍ତେ ପ୍ରଶ୍ନର ସମାଧାନ କରିବେ, ତାହା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ |