ଅନୁଗୁଳରୁ ଆସିଲା ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ….

ଭୁଲ କଲା ଘରୋଇ ଡାକ୍ତରଖାନା, ଭୋଗିବେ ରୋଗୀ ।ଦୃ୍ଷ୍ଟିଶକ୍ତି ହରାଇବା ଆଶଙ୍କାରେ ୧୩ ରୋଗୀ ।ଅନୁଗୁଳ ଜିଲ୍ଲାର ଏକ ଘରୋଇ ଆଖି ଚିକିତ୍ସାଳୟରେ ୧୩ ଜଣ ରୋଗୀ ଅସ୍ତ୍ରୋପଚାର କରାଇଥିଲେ। ଏମାନେ ସମସ୍ତେ ଅନୁଗୋଳ, ବଅଁରପାଳ ଓ ଆଠମଲ୍ଲିକ ଅଂଚଳର। ଅପରେସନ୍ ପରେ ଡାକ୍ତର ରୋଗୀଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ।

ଅପରେସନର ୨୪ ଘଂଟା ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା। ହେଲେ ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା । ଅସହ୍ୟ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥିଲା। ସବୁ ରୋଗୀଙ୍କ ନିକଟରେ ସମାନ ଲକ୍ଷଣ ଦେଖାଦେବାରୁ ବୁର୍ଲା ଯାଇ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଇଥିଲେ। ୨୩ ତାରିଖରେ ୧୩ ଜଣଙ୍କୁ ବୁର୍ଲାରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *