ରାଜ୍ୟରେ ଅନୁଗୁଳ ଜିଲ୍ଲାର ବାୟୁ ପ୍ରଦୂଷଣ ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।ଅନୁଗୁଳର ସ୍ଥିତି ବର୍ତ୍ତମାନ ସାଂଘାତିକ ରହିଛି । ସୋମବାର ଦିନ ଏୟାର କ୍ୱାଲିଟି ଇଣ୍ଡେକ୍ସ 352 ରହିଥିଲା କିନ୍ତୁ ଗତକାଲି 357ରେ ପହଞ୍ଚିଛି । ବାଲେଶ୍ୱର ଓ ବାରିପଦା ସ୍ଥିତି ବି ଗମ୍ଭୀର ହୋଇପଡ଼ିଛି । ବାୟୁ ପ୍ରଦୂଷଣ ଏବେ ଲୋକଙ୍କ ଜୀବନ ନେବାକୁ ବସିଲାଣି । କଟକ ଓ ଭୁବନେଶ୍ୱର ବି ଜଟିଳ ସ୍ଥିତିରେ ରହିଛି । ତେବେ ଅନୁଗୁଳର ବାୟୁର ମାନ ଏତେ ଖରାପ କାହିଁକି ବୋଲି ବିଭିନ୍ନ ପ୍ରକାର ପ୍ରଶ୍ନ ଉଠିଛି । ଅନୁଗୁଳରେ ଅନେକ ଶିଳ୍ପାନୁଷ୍ଠାନ,ଖଣି ଏବଂ ଅତ୍ୟଧିକ ଯାନବାହାନ ଚଳାଚଳ,କୋଇଲା ଚାଲାଣ ଏବଂ ଏକାଧିକ ବୃହତ ଇସ୍ପାତ କାରଖାନା,କାରଖାନାରୁ ବାହାରୁଥିବା ଦୂଷିତ ବାୟୁ ଏ ସବୁ ପାଇଁ ଅନୁଗୁଳର ବାୟୁର ମାନ ଧୀରେ ଧୀରେ ଖରାପ ହେଉଛି ବୋଲି ଆଶଙ୍କା କରାଯାଉଛି ।

You can share this post!
author