ଅନ୍ଧାରରେ ମୋହନଙ୍କ ଗାଁ ଲୋକ…ନିଜ ଜିଲ୍ଲାରେ ହଟ୍ଟହଟ୍ଟା ମନ୍ତ୍ରୀ !

ଅନ୍ଧାରରେ ମୋହନଙ୍କ ଗାଁ ଲୋକ…ନିଜ ଜିଲ୍ଲାରେ ହଟ୍ଟହଟ୍ଟା ମନ୍ତ୍ରୀ !

45 ଡିଗ୍ରୀ ଟପିଛି ତାପମାତ୍ରା । ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଗାଁ ଠୁ ସହର ସବୁଆଡେ ଖରାର ତାତି । ଖରାର ତାତିକୁ ବିଦ୍ୟୁତକାଟ ସମସ୍ୟା ସାଧାରଣ ଲୋକଙ୍କୁ ହଇରାଣରେ ପକାଉଛି । ଖରାଦିନ ଆରମ୍ଭରୁ ରାଜ୍ୟର ପ୍ରାୟ କେତେକ ଜିଲ୍ଲାରେ ଖରାର ତାପମାତ୍ରା ବୃଦ୍ଧି ପାଇଛି ।

କିନ୍ତୁ ଘନ ଘନ ବିଦ୍ୟୁତ କାଟରେ ଅସହ୍ୟ ହେଲେଣି ସାଧାରଣ ଜନତା । କିନ୍ତୁ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓଙ୍କ କହିବା ଅନୁଯାୟୀ ଏଥର ବିଦ୍ୟୁତ କାଟ ଦେବନି । ଯାହା ମିଛ ବୋଲି ପ୍ରମାଣିତ ହୋଇଛି । ହଁ ଆଜ୍ଞା ଭୁବନେଶ୍ୱରରେ ମନ୍ତ୍ରୀ ଘୋଷଣା କରିଥିଲେ ଯେ ବିଦ୍ୟୁତକାଟ ହେବନାହିଁ । ଭୁବନେଶ୍ୱରରେ ଘୋଷଣା କଲେ ହେଲେ ନିଜ ଜିଲ୍ଲାରେ ଏହି ଘୋଷଣା ଏବେ ପାଣିର ଗାର ପାଲଟିଛି । ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ଅତ୍ୟଧିକ ବିଦ୍ୟୁତକାଟ ହେଉଥିବାରୁ ରହିବା ମୁସ୍କିଲ ହୋଇପଡିଛି । ତାତି ପ୍ରଚଣ୍ଡ ବଢିଥିବା ବେଳେ ବାରମ୍ୱାର ବିଦ୍ୟୁତକାଟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କୁହାଯାଉଛି କି ମନ୍ତ୍ରୀଙ୍କ କଥା ଶୁଣୁନାହିଁ କି ଶକ୍ତି ବିଭାଗ ? ମନ୍ତ୍ରୀଙ୍କ କହିବା ପରେ ମଧ୍ୟ କାହିଁକି ବାରମ୍ୱାର ହେଉଛି ବିଦ୍ୟୁତ କାଟ୍ ?

ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ 10 ମାସ ବିତିସାରିଛି । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଜନତାଙ୍କ ପାଇଁ ପାଣିର ଗାର ପାଲଟିଛି । 300 ୟୁନିଟ ମାଗଣା ବିଜୁଳି ପ୍ରସଙ୍ଗ ମିଳିବା ନେଇ ସରକାର କଥା ଦେଇଥିଲେ କିନ୍ତୁ କ୍ଷମତାକୁ ଆସିବା ପରେ ମାଗଣା ବିଜୁଳି ମିଳିବ ନାହିଁ ବୋଲି ମୁହେଁ ମୁହେଁ କହିବା ପରେ ଜନଅସନ୍ତୋଷ ବୃଦ୍ଦି ପାଇଥିଲା ।

ବିଦ୍ୟୁତକାଟ ହେବନାହିଁ ବୋଲି ସରକାର ବାରମ୍ୱାର କହୁଛନ୍ତି । କିନ୍ତୁ ବିଳମ୍ୱିତ ରାତିରେ ଅତ୍ୟଧିକ ବିଦ୍ୟୁତ କାଟକୁ ନେଇ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ଏତେସବୁ ପରେ ମନ୍ତ୍ରୀ ଦେଇଥିବା କଥା କାହିଁକି ରଖୁନାହାନ୍ତି କି ମନ୍ତ୍ରୀଙ୍କ କଥାକୁ ତାଙ୍କ ନିଜ ବିଭାଗ ଖାତିର କରୁନାହିଁ ସେ ନେଇ ପ୍ରଶ୍ନ ଉଠିଛି ।

author

Related Articles

Leave a Reply

Your email address will not be published. Required fields are marked *