ଲୋକସଭାରେ ୱାକଫ ବିଲ୍ ଉପରେ ଭୋଟିଂ ସମୟରେ ଅନୁପସ୍ଥିତ ରହିବା ପାଇଁ ବିଜେପି ଓଡ଼ିଶାର ଦୁଇ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଜୁଏଲ ଓରାମଙ୍କୁ ନୋଟିସ ଜାରି କରିଛି . ସେମାନଙ୍କ ଅନୁପସ୍ଥିତି ଦଳର ଶୃଙ୍ଖଳା ଏବଂ ଏକତା ଉପରେ ପ୍ରଶ୍ନ ଉଠାଇଥିଲା ,ବିଶେଷ କରି ହ୍ୱିପ ଜାରି କରାଯାଇଥିବା ସତ୍ୱେ ଭୋଟିଂ ବେଳେ ସେମାନେ ଉପସ୍ଥିତ ନଥିଲେ .
ଯେତେବେଳେକି ଭୁବନେଶ୍ୱର ଲୋକସଭା ସଦସ୍ୟା ଅପରାଜିତା ଷଡ଼ଙ୍ଗୀ ଲୋକସଭା ସଦସ୍ୟ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଗଠିତ ୱାକଫ ବିଲ ସଂଶୋଧନ ଉପରେ ମିଳିତ କମିଟିର ସଦସ୍ୟ ଥିଲେ . ଏହାକୁ ନେଇ ଲୋକେ କହୁଛନ୍ତି କାଳେ ବିଲ୍କୁ ଅପରାଜିତା ସମର୍ଥନ କଲେ ଲୋକେ ତାଙ୍କ ଉପରେ କ୍ଷୁବ୍ଧ ହେବେ ତେଣୁ ଆସିନଥାଇପାରନ୍ତି . କିନ୍ତୁ ଏଠି ସାଂସଦଙ୍କ ଭୋଟକୁ ନେଇ ଫସିଛନ୍ତି ନବୀନ .
ଅପରପକ୍ଷେ ଏହି ବିଲ ପାସକୁ ନେଇ ଓଡ଼ିଶା ବିଜେଡ଼ିରେ ଦେଖିବାକୁ ମିଳିଛି ଝଡ . ବିଜେଡ଼ିରେ ଏବେ ବୈଠକ ଉପରେ ବୈଠକ ବସୁଛି . କିଏ ହୋଟେଲରେ ବସୁଛଉନ୍ତି ତ କିଏ ଘରେ ?. ଏବେ ସମସ୍ତଙ୍କ ଆଖି ନବୀନଙ୍କ ଉପରେ ରହିଛି . କାରଣ ଦୁଇ ଜଣ ରାଜ୍ୟ ସଭା ଏମପି କହିଥିଲେ ଆମକୁ ନବୀନ ବିରୋଧ କରିବା ପାଇଁ କହିଥିଲେ .ଆଉ ଦୁଇ ଜଣ କହୁଛନ୍ତି ବୈଠକରେ କୈାଣସି ନିଷ୍ପତି ହୋଇନଥିଲା . ତେବେ କାହା ନିର୍ଦ୍ଦେଶରେ ଏପରି ହେଲା ତାକୁନେଇ ସବୁ ଚୁପ ରହୁଛନ୍ତି . ଯାହାଫଳରେ ନବୀନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠୁଛି .
ତେବେ ସଂସଦର ତଳ ସଦନରେ ବିଲ ପାସ ପାଇଁ ଭୋଟିଂ ସମୟରେ ସେମାନଙ୍କ ଅନୁପସ୍ଥିତି ପାଇଁ କାରଣ ଦର୍ଶାଅ ନୋଟିସ ପାଇଁ ଉଭୟ ସାଂସଦଙ୍କୁ ନୋଟିସ ପଠାଯାଇଛି . ସେମାନଙ୍କ ଅନୁପସ୍ଥିତି ଦଳର ଶୃଙ୍ଖଳା ଏବଂ ଏକତା ଉପରେ ପ୍ରଶ୍ନ ଉଠାଇଥିଲା ,ବିଶେଷ କରି ହ୍ୱିପ ଜାରି କରାଯାଇଥିବା ସତ୍ୱେ ଭୋଟିଂ ବେଳେ ଉପସ୍ଥିତ ନଥିଲେ .ଯେତେବେଳେକି ଭୁବନେଶ୍ୱର ଲୋକସଭା ସଦସ୍ୟା ଅପରାଜିତା ଷଡ଼ଙ୍ଗୀ ଲୋକସଭା ସଦସ୍ୟ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଗଠିତ ୱାକଫ ବିଲ ସଂଶୋଧନ ଉପରେ ମିଳିତ କମିଟିର ସଦସ୍ୟ ଥିଲେ . ପ୍ରାୟ ୧୨ ଘଂଟା ଧରି ବିଲ ଉପରେ ମାରାଥନ ବିତର୍କ ପରେ ଏପ୍ରିଲ ୩ ତାରିଖ ରେ ଲୋକସଭାରେ ୱାକଫ ବିଲ୍ ଗୃହୀତ ହୋଇଥିଲା .