ପ୍ରାଚୀନ କାଳରେ ଭାରତର ଜ୍ଞାନୀ ଓ ପଣ୍ଡିତ ମୁନିଋଷି ମାନେ ବିଭିନ୍ନ ଗ୍ରନ୍ଥ ଉପନ୍ୟାସ ସବୁ ଲେଖିଦେଇ ଯାଇଛନ୍ତି ଯାହା ଏବେ ଆମର ବେଶ୍ କାମରେ ଆସୁଛି କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ଦେଶରେ ଏପରି ଏକ ଅଭିଶପ୍ତ ଗ୍ରନ୍ଥ ଅଛି ଯାହାକୁ ପଢିବା ଦ୍ୱାରା ଲୋକଙ୍କର ମୃତ୍ୟ ହୋଇଥାଏ । ଏହି ଅଭିଶପ୍ତ ଗ୍ରନ୍ଥର ନାମ ହେଉଛି ନୀଳାବନ୍ତୀ ଗ୍ରନ୍ଥ ,ନୀଳାବନ୍ତି ନାମକ ମାୟାବୀ ଏହାକୁ ଲେଖିଥିଲେ । କିନ୍ତୁ ଗ୍ରନ୍ଥ ଲେଖିସାରିବା ପରେ କୌଣସି କାରଣରୁ ସେ ଅଭିଶାପ ଦେଇଥିଲେ ଯେ ଏହାକୁ ଖରାପ ଉଦ୍ଦେଶ୍ୟ ନେଇ ପଢିବ ସେ ମରିଯିବ । ଆଉ ଯେ ଅଧା ପଢିବ ସେ ପାଗଳ ହୋଇଯିବ । ଏହି ଗ୍ରନ୍ଥର ମହତ୍ତ୍ୱ ହେଲା ଏହାକୁ ଯେ ପଢିବା ଦ୍ୱାରା ଜଣେ ପଶୁ ପକ୍ଷୀଙ୍କ ସହ କଥା ହେଇପାରିବ ଓ ଗୁପ୍ତଧନ ପାଇପାରିବ । କିନ୍ତୁ ଅଭିଶପ୍ତ ହେତୁ ଏହାକୁ ବ୍ୟାନ କରାଯାଇଛି ।
