ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ

ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ

ମନମୁଣ୍ଡା ଗାନ୍ଧୀ ଛକ ଠାରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ। ବୌଦ୍ଧ ମନ ମୁଣ୍ଡା ଠାରେ ଆମ୍ବେଦକର ଦଳିତ ସମାଜ ବିକାଶ ପରିଷଦ ପକ୍ଷରୁ ଅମିତ୍ ଶାହାଙ୍କ କୁଶ ପୁତ୍ତଳିକା ଦାହ। ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନ ମୁଣ୍ଡା ଗାନ୍ଧିଛକ ଠାରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଲୋକ ସଭାରେ ଅଶାଳୀନ ମନ୍ତବ୍ୟ ଦେବା ବିରୋଧ ପ୍ରତିବାଦରେ ଆଜି ମନ ମୁଣ୍ଡା ଆମ୍ବେଦକର ଦଳିତ ସମାଜ ବିକାଶ ପରିଷଦର ସଭାପତି ନବୀନ ଭଇନାଙ୍କ ନେତୃତ୍ୱରେ କୁଶ ପୁତ୍ତଳିକା ଦାହ କରିବା ସହିତ ଯଦି କ୍ଷମା ପ୍ରାର୍ଥନା ନକରନ୍ତି ତାହା ହେଲେ ଆଗାମୀ ଦିନରେ ଜୋର୍ ଦାର୍ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି। ଏଥିରେ ଆମ୍ବେଦକର ଦଳିତ ସମାଜ ବିକାଶ ପରିଷଦର ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

author

Related Articles

Leave a Reply

Your email address will not be published. Required fields are marked *