ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ନିଜକୁ ସୁସ୍ଥ ରଖିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ନିଜକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଲୋକେ ବିଭିନ୍ନ ପ୍ରକାର ପନ୍ଥା ଆପଣାଇ ଥାଆନ୍ତି । ସୋସିଆଲ ମିଡିଆ ଯୁଗରେ ହାତପାହାନ୍ତାରେ ସବୁ ଜିନିଷ ମିଳିଯାଉଥିବା ବେଳେ ନିଜକୁ ସୁସ୍ଥ ରଖିବା କିନ୍ତୁ କଷ୍ଟକର ହୋଇପଡିଛି । ନିଜକୁ ସୁସ୍ଥ ରଖିବା ଚକ୍କରରେ ଲୋକମାନେ ଅନେକ ଜିନିଷ ଖାଇଥାଆନ୍ତି । ଏହାପରେ ମଧ୍ୟ ଲୋକମାନେ ଏହାର ଲାଭ ପାଇପାରନ୍ତି ନାହିଁ । ଅମୃତଭଣ୍ଡା ଏପରି ଏକ ଜିନିଷ ଯାହାର ଅନେକ ଉପକାରିତା ରହିଛି । କିନ୍ତୁ ଏହା ଆମ ଶରୀରରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ବିଶେଷଜ୍ଞଙ୍କ ମତରେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଅମୃତଭଣ୍ଡା ସହିତ ଖାଇବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଲାଭ ବଦଳରେ କ୍ଷତି ସହିବାକୁ ପଡ଼ିପାରେ। ତେବେ କଣ ସବୁ ଏହି ଜିନିଷ ଆସନ୍ତୁ ଜାଣିବା…
ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ଅମୃତଭଣ୍ଡା ସହିତ କ୍ଷୀର ପିଇବା ଉଚିତ ନୁହେଁ। ଯଦି ଆପଣ କ୍ଷୀର ସହିତ ଅମୃତଭଣ୍ଡା ଖାଆନ୍ତି ତେବେ କୋଷ୍ଠକାଠିନ୍ୟ ଏବଂ ଡାଏରିଆ ଭଳି ସମସ୍ୟା ଦେଖାଦେବା ଆରମ୍ଭ ହୁଏ। ଏହା ବ୍ୟତୀତ, ଏହି ମିଶ୍ରଣ ପେଟ କାମୁଡିବା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରେ। ଯଦି ଆପଣଙ୍କୁ ଖାଇବାକୁ ଥାଏ ତେବେ ଦୁଇଟି ମଧ୍ୟରେ ପ୍ରାୟ ୩୦ ମିନିଟ୍ ବ୍ୟବଧାନ ରହିବା ଉଚିତ।
କେବଳ କ୍ଷୀର ନୁହେଁ ବରଂ ଆୟୁର୍ବେଦ ଅନୁସାରେ, ଅମୃତଭଣ୍ଡା ଏବଂ ଦହିର ପ୍ରଭାବ ପରସ୍ପର ବିପରୀତ। ଅମୃତଭଣ୍ଡାର ସ୍ୱଭାବ ଗରମ ହୋଇଥିବା ବେଳେ ଦହିର ସ୍ୱଭାବ ଥଣ୍ଡା। ତେଣୁ ଏହି ଦୁଇଟିର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ କେବେ ବି ଏକା ସଙ୍ଗରେ ଏହି ଦୁଇଟି ଖାଦ୍ୟକୁ ଖାଆନ୍ତୁ ନାହିଁ । କାହିଁକିନା ଏକା ସାଙ୍ଗରେ ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ଥଣ୍ଡା, କାଶ ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ହୋଇପାରେ। ଯଦି ଆପଣ ଖାଇବାକୁ ଚାହାଁନ୍ତି, ତେବେ ଦୁଇଟି ମଧ୍ୟରେ ପ୍ରାୟ ୧ ଘଣ୍ଟାର ବ୍ୟବଧାନ ରହିବା ଉଚିତ। ଆହୁରି ମଧ୍ୟ ଏହିପରି ଅନେକ ଖାଦ୍ୟ ଯେପରିକି ଲେମ୍ୱୁ,କମଳା,କଲରା ଭଳି ଖାଦ୍ୟକୁ ଅମୃତଭଣ୍ଡା ସହ ଖାଇବା ଉଚିତ ନୁହେଁ ।