ଅଯୋଧ୍ୟା ମନ୍ଦିରରେ ପ୍ରବେଶ କଲେ ରାମଲଲା

ଅଯୋଧ୍ୟା ମନ୍ଦିରରେ ପ୍ରବେଶ କଲେ ରାମଲଲା

ଅଯୋଧ୍ୟା ମନ୍ଦିରକୁ ପ୍ରବେଶ କଲେ ପ୍ରଭୁ ଶ୍ରୀରାମ । ଏକ ବଡ କ୍ରେନ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଅଯୋଧ୍ୟା ମନ୍ଦିର ପରିସରକୁ ନିଆଯାଇଛି । ସ୍ୱତନ୍ତ୍ର ପୂଜା ଏବଂ ରୀତିନୀତି ପରେ ଆଜି ରାମଲାଲାଙ୍କୁ ଗର୍ଭ ଗୃହରେ ସ୍ଥାପନ କରାଯାଇଛି । କୃଷ୍ଣଶିଳାରେ ନିର୍ମିତ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ୫୧ ଇଞ୍ଚ ଉଚ୍ଚ ଏବଂ ପ୍ରାୟ ୨ କୁଇଣ୍ଟାଲ ଓଜନର ଏହି ମୂର୍ତ୍ତିକୁ ଟ୍ରକରେ ଘୋଡାଇ ବୁଧବାର ମନ୍ଦିର ପରିସରକୁ ଅଣାଯାଇଥିଲା । କଡା ସୁରକ୍ଷା ବଳୟରେ ମୂର୍ତ୍ତି ନିର୍ମାଣ ସ୍ଥଳରୁ ମନ୍ଦିର ପରିସରକୁ ଅଣାଯାଇଥିଲା । ଏ ଦୃଶ୍ୟ ଦେଖି ଭାବବିହ୍ୱଳ ହେବା ସହିତ ଜୟ ଶ୍ରୀରାମ ନାରା ଦେଇଥିଲେ ଅଯୋଧ୍ୟାବାସୀ।


ଅଯୋଧ୍ୟାରେ ୨୨ ଜାନୁଆରୀରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ୬ ଦିନ ଯାଏ ଚାଲିବାକୁ ଥିବା ଅନ୍ୟ ସମସ୍ତ କାର‌୍ୟ୍ୟକ୍ରମ ୧୬ ଜାନୁଆରୀରୁ ଆରମ୍ଭ ହୋଇସାରିଛି। ଆଜି କାର‌୍ୟ୍ୟକ୍ରମର ତୃତୀୟ ଦିନ। ଆଜି ଗଣେଶ ଅମ୍ବିକା ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ ଓ ବାସ୍ତୁ ପୂଜା ସହ ଔପଚାରିକ ଅନୁଷ୍ଠାନ ଆରମ୍ଭ ହେବ। ଆସନ୍ତାକାଲି ହୋମଯଜ୍ଞ ଓ ଅନ୍ୟ ଅନୁଷ୍ଠାନ ହେବ।

author

Related Articles

Leave a Reply

Your email address will not be published. Required fields are marked *