ତିରୁପତି ମନ୍ଦିର ପ୍ରସାଦକୁ ନେଇ ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ଏହା ସହିତ ଯୋଡି ହୋଇଛି ଆଉ ଏକ କଥା . କୁହାଯାଉଛି କି ତିରୁପତି ଲଡ଼ୁ କୁଆଡେ ଅଯୋଧ୍ୟା ରେ ରାମଲଲା ପ୍ରାଣ ପ୍ରତିଷ୍ଠା ବେଳେ ଯାଇଥିଲା . ତେବେ ଆମେ ଏଠାରେ କହି ରଖୁଛୁ ରାମମନ୍ଦିର ରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଦିନ .ଶ୍ରଦ୍ଧାରେ ଦେଶର କୋଣ ଅନୁକୋଣରୁ ଭକ୍ତ ମାନେ ବିଭିନ୍ନ ଫଳ .ମିଠା ଆସି ପହଞ୍ଚିଥିଲା . ଏହା ଭିତରେ ତିରୁପତିରୁ ବି ଲଡୁ ଆସି ଥାଇପାରେ .
ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ତିରୁପତି ଲଡୁ ଯାଇଥିଲା ବୋଲି ସୂଚନା ମିଳିଛି . ଏନେଇ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ସମାରୋହରେ ତିରୁପତି ମନ୍ଦିରର ଲଡୁଙ୍କୁ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯାଇଥିଲା .
ସେ ଆହୁରି କହିଛନ୍ତି, ‘ମୁଁ ଜାଣିନି କେତେ ଲଡୁ ଆସିଥିଲା . ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ଏହା ଜାଣିଥିବେ . ଯଦି ପ୍ରସାଦରେ ପଶୁ ଚର୍ବି ମିଶ୍ରିତ ହୁଏ, ତେବେ ଏହା କ୍ଷମା ଯୋଗ୍ୟ ନୁହେଁ . ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ.