ଅରୁଣଙ୍କ ବଡ ପ୍ଲାନ…

ଅରୁଣଙ୍କ ବଡ ପ୍ଲାନ…

ମୋହନ ସରକାରଙ୍କ ବିରୋଧରେ ବିଜେଡି ନେତାଙ୍କ ବଡ ବୈଠକ । ଯୁଗ ଗୋଷ୍ଠୀଙ୍କୁ ଦେଲେ ମନ୍ତ୍ର, ଏବେ ଅକଳରେ ପଡିବେ ମୋହନ । ହଁ ଆଜ୍ଞା, ବିଜେପି ସରକାରରେ ରାଜ୍ୟରେ ଯେଉଁ ଭଳି ସ୍ଥିତି ହେଲାଣି ତାକୁ କେନ୍ଦ୍ର କରି ବିରୋଧୀ କିପରି ଶାସକ ଦଳକୁ ହରଡଘଣାରେ ପକାଇବେ ସେନେଇ ଯୋଜନା ଚଳାଇଛନ୍ତି । କେତେବେଳେ ନାରୀ ନିଯ୍ୟାତନା ମାମଲାକୁ ନେଇ ତ ଆଉ କେତେବେଳେ ଆଇନ ବିଶୃଙ୍ଖଳାକୁ ନେଇ । ଆଉ ଏବେ ରାଜ୍ୟରେ ଥିବା ପଛୁଆ ବଗଙ୍କ ପାଇଁ ସଂରକ୍ଷଣ ଦାବି କରି ବିଜେଡି ବିଜେପି ବିରୋଧରେ ରାସ୍ତାକୁ ଓହ୍ଲାଉଥିବା ଚର୍ଚ୍ଚା ଚାଲିଛି ।

ଆସନ୍ତା ୨୧ ତାରିଖରେ ବିରୋଧୀ ବିଜେଡି ପଛୁଆ ବର୍ଗଙ୍କ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ୨୭ ପ୍ରତିଶତ ସଂରକ୍ଷଣ ଦାବି ରଖି ରାଜଭବନ ଆଗରେ ବଡ ଧରଣର ବିକ୍ଷୋଭ କରିବା ନେଇ ପ୍ରସ୍ତୁତି ଚଳାଇଛିା ଆଉ ଏହି ସଂକ୍ରାନ୍ତରେ ବିଜେଡି ନେତା ଅରୁଣ ସାହୁ ଦଳର ଯୁବ ଗୋଷ୍ଠୀଙ୍କୁ ନେଇ ଏକ ବୈଠକ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିବା ନଜର ଆସିଛନ୍ତି । ଶଙ୍ଖଭବନରେ ଆୟୋଜିତ ଏହି ବୈଠକରେ ବିଜୁ ଯୁବ ଛାତ୍ର ନେତାଙ୍କ ସହ ପୂବତନ ବିଧାୟକ ତଥା ଯୁବ ନେତା ପ୍ରଣବ ବଳବନ୍ତରାୟ, ବର୍ତମାନର ବିଧାୟକ ଅରୁଣ ସାହୁ ଏବଂ ବ୍ୟୋମକେଶ ରାୟଙ୍କ ଭଳି ନେତା ସାମିଲ ଥିବା ଦେଖିବାକୁ ମିଳିଛି ।

ଏବଂ କିପରି ଏହି ଆନ୍ଦୋଳନରେ ବିଜେପି ଚାପ ଗ୍ରସ୍ତ ହୋଇ ୧୧.୨୫ ପ୍ରତିଶତ ବଦଳରେ ୨୭ ପ୍ରତିଶତ ସଂରକ୍ଷଣ ପାଇଁ ରାଜି ହେବେ ସେଭଳି ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ସଂରକ୍ଷଣକୁ ନେଇ ବିଧାନସଭା ଅଧିବେଶନ ସମୟରେ ମୂଲତବୀ ପ୍ରସ୍ତାବ ମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ବିଜେଡି ନେତାମାନେ ଧାରଣା ଦେଇଥିଲେ । ଆଉ ଏବେ ପୁଣି ଥରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହ ସରକାର ଯେଉଁ ସବୁ ଶିକ୍ଷାନୁଷ୍ଠାନ ଗୁଡିକରେ ସଂରକ୍ଷଣ ରଖାଯାଇଛି , ସେହି ଶିକ୍ଷାନୁଷ୍ଠାନ ଗୁଡିକରେ ସିଟ୍ ଖାଲି ପଡୁଛି । ତଥାପି ସେହିସ୍ଥାନ ଗୁଡିକରେ ରିଜରଭେସନ ରଖିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଦେଖାଯାଉ ଏହି ଆନ୍ଦୋଳନ ବିଜେପିର ନିଷ୍ପତ୍ତି ଉପରେ ପ୍ରଭାବ ପକାଇ ପାରୁଛି ନା ମୋହନ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *