ଗୋପ ବ୍ଲକ ଅନ୍ତର୍ଗତ ସୁତନ ପଞ୍ଚାୟତ ଅଧୀନ ଟିକନା ଗ୍ରାମର ଜଣେ ଯୁବକ ଆବଶ୍ୟକ ଅର୍ଥ ଓ ଚିକିତ୍ସା ଅଭାବରୁ ଗୋଡ଼ ହରାଇବା ପରିସ୍ଥିତି ପହଁଚି ଥିବା ଦେଖିବାକୁ ମିଳିଛି। ୨୦୧୯ ମସିହା ନଭେମ୍ବରର ମାସରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଟିକନା ଗ୍ରାମର ଯଦୁମଣି ବେହେରାଙ୍କ ୨୯ ବର୍ଷିୟ ଏକମାତ୍ର ରୋଜଗାର ଯୋଗ୍ୟ ପୁତ୍ର ଜଗବନ୍ଧୁ ବେହେରାଙ୍କ (ଜଗା) ବାମ ଗୋଡ଼ ଭାଙ୍ଗି ଯାଇଥିଲା। ସେ କଟକ ବଡ ମେଡିକାଲରେ ଚିକିତ୍ସା ହୋଈ ଘରକୁ ଫେରିଥିଲେ ମଧ୍ଯ କୌଣସି ତ୍ରୁଟି ଯୋଗୁଁ ତାଙ୍କର ଗୋଡ଼ ଦିନକୁ ଦିନ ଖରାପ ହେବାରେ ଲାଗିଲା ଯାହା ଫଳରେ ଗୋଡ଼ ଇନ୍ଫେକସନ ହୋଇ ସେଫ୍ଟିକ ଅବସ୍ଥାରେ ପହଞ୍ଚିଛି। ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ବାରମ୍ବାର ମେଡ଼ିକାଲ ନେବା କି ଅଧିକ ଚିକିତ୍ସା କରିବା ନେଇ ସାମର୍ଥ୍ୟ ନୁହଁନ୍ତି। ତେଣୁ ଅର୍ଥ ଓ ଚିକିତ୍ସା ଅଭାବରୁ ଗୋଡ଼ ହରାଇପାରନ୍ତି ଜଗା। ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ଡିଡିମ୍ବ ପିଟୁଥିବା ବେଳେ ସମସ୍ତେ ଚିକିତ୍ସା ଅବହେଳାରୁ କେହି ବଞ୍ଚିତ ହେବେ ନାହିଁ ବୋଲି ବାର୍ତ୍ତା ଦେଉଛନ୍ତି। ବିଯୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ଖୋଦ୍ ମୂଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କୁ ବଡ ସ୍ବାସ୍ଥ୍ୟ ସେବା ବୋଲି କହି ବସୁଥିବା ବେଳେ ଏଠି ଚିକିତ୍ସା ପାଇଁ ଜଗା ଅନେଇ ବସିଛି। ଅନ୍ୟ ପକ୍ଷରେ ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ଯ ଚିକିତ୍ସା ନିମନ୍ତେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ରୋଗୀ ମାନଙ୍କୁ ପ୍ରଦାନ କରାଯାଉଛି। କିନ୍ତୁ ଟଙ୍କା ଓ ଲୋକ ବଳ ଅଭାବରୁ ଜଗା ପରିବାର ତାକୁ ମେଡ଼ିକାଲକୁ ନେବାକୁ ମଧ୍ଯ ଅକ୍ଷମ ହେଉଛନ୍ତି। ସହଯୋଗ କରିନଥିବା ପରିବାର ଲୋକେ ଦୁଃଖରେ କହିଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ଯୋଜନା ହେଉ ଅବା ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅର୍ଥ ରାଶି ପ୍ରଦାନ ସହ ଅତି ଶୀଘ୍ର ଚିକିତ୍ସା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଅନ୍ୟଥା ଜଗା ନିଜ ଗୋଡ ହରାଇବା ସହ ନିଜ ପରିବାର ପାଇଁ କଣ୍ଟା ହୋଇ ରହିଯିବ।

You can share this post!
author
Related Articles
ମୋହନଙ୍କୁ ନାକେଦମ୍ କରିବେ ପ୍ରମିଳା !
- May 29, 2025
ଜୁନରେ ପୁଣି ନିର୍ବାଚନ…
- May 29, 2025
ମୋହନଙ୍କ ତଣ୍ଟିରେ କଣ୍ଟା ମନମୋହନ !
- May 29, 2025