ନିର୍ବାଚନ ପରେ ଏବେ ସମୀରଙ୍କୁ ପଚାରୁନାହାଁନ୍ତି ପ୍ରଭାତୀ . ନିର୍ବାଚନ ଜିତିଲେ ଉପମୁଖ୍ୟମନ୍ତ୍ରୀ ହେଲେ ଏବେ ସମୀରଙ୍କୁ ପଚାରେ କିଏ ?. ତେବେ ନିମାପଡ଼ା ବିଜେପିରେ ଦିନକୁ ଦିନ ବଢ଼ି ଚାଲିଛି ଗୋଷ୍ଠୀ କନ୍ଦଳ ଏମିତି କିଛି ଏବେ ଚର୍ଚ୍ଚା ହେଉଛି . ଯାହାକୁ ଖୋରାକ ଯୋଗାଇଛି ବିଜେପି କର୍ମୀମାନେ ଦୁଇଭାଗରେ ବିଭକ୍ତ ହେବା ସହିତ ଅଲଗା ଅଲଗା ଶୋଭାଯାତ୍ରା କରୁଥିବାର ଦୃଶ୍ୟ . ତେବେ ନିମାପଡାରେ ଦୁଇଜଣ ଜଣାଶୁଣା ନେତା . ଜଣେ ହେଉଛନ୍ତି ନିମାପଡାର ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ . ଆଉ ଜଣେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା . ଏହି ଦୁଇଜଣ ଗୋଟିଏ ଦଳରେ ଥାଇ ମଧ୍ୟ ବର୍ତମାନ ବିଭାଜିତ ହୋଇ ଭିନ୍ନ ଭିନ୍ନ ରାଲି କରୁଥିବା ଦେଖିବାକୁ ମିଳୁଛି .
ତେବେ ନିକଟରେ ଅପରେସନ ସିନ୍ଦୁରର ସଫଳାତାପରେ ସାରା ରାଜ୍ୟରେ ପ୍ରତ୍ୟେକ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଉଥିବା ବେଳେ ନିମାପଡ଼ାରେ ମଧ୍ୟ ତିନି ତିନୋଟି ଶୋଭାଯାତ୍ରା ଆୟୋଜନ କରାଯାଇଛି . ଗତ ୧୪ ତାରିଖରେ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ୧୮ ତାରିଖରେ ହେବାକୁ ଥିବା ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ସୂଚନା ଦେଇଥିଲେ . ଆଉ ସେ ଶୋଭାଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମଧ୍ୟ ସାମିଲ ହେବା ପାଇଁ ନିବେଦନ କରିଥିଲେ . ତାର ଠିକ ଗୋଟେ ଦିନ ପରେ ପ୍ରଭାତିଙ୍କ ସମର୍ଥକ ମାନେ ୧୭ ତାରିଖରେ ଶୋଭାଯାତ୍ରା କରିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ .
ତେବେ ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ଟିକଟରୁ ବଂଚିତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ସମୀର ଦାସ . ଆଉ ଏହାପରେ ତାଙ୍କ ସର୍ଥନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଜୟ ହୋଇଥିବା କଥା ଚର୍ଚ୍ଚା ହୁଏ . କିନ୍ତୁ ନିର୍ବାଚନ ପରେ ଉଭୟଙ୍କୁ ସେତେଟା ଦେଖିବାକୁ ମିଳୁନି . ଅପରପକ୍ଷେ ସମୀର ନିଜର ସଂଗଠନ ମଜବୁତ କରିବାରେ ଲାଗିପଡ଼ିଛନ୍ତି . ସମୀର ଓ ପ୍ରଭାତୀଙ୍କୁ ଏକାଠି ଦେଖିବାକୁ ମିଳୁଥିବା ବେଳେ ଦୁଇଜଣଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଅନେକ ସମୟରେ ଚର୍ଚ୍ଚା ହେଉଛି .