ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ . ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗାଁର କଣ୍ଡରା ସାହି ଏବଂ ଓଡ଼ିଆ ଆଲପୁର ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ହୋଇଥିବା ବେଳେ . ଓଡ଼ିଆ ଆଲପୁର ଗାଁର ୩ ଜଣ ଆହାତ ହୋଇଛନ୍ତି . ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି . ଘଟଣାରେ ଗୋଟିଏ ବାଇକ ଭଙ୍ଗାରୁଜା ସହ କିଛି ଘରର ଆଜେବେଷ୍ଟ ଭାଙ୍ଗିଥିବା ଅଭିଯୋଗ ହୋଇଛି . ଅଭିଯୋଗ ମୁତାବକ ଗତ କାଲି ରାତିରେ ପଥରା କଣ୍ଡରା ସାହିର କିଛି ବ୍ୟକ୍ତି ଟ୍ରାକ୍ଟରରେ ଅଳିଆ ଆବର୍ଜନା ଆଣି ଓଡ଼ିଆ ଆଲପୁର ଗାଁରେ ଜନ ବସତି ସ୍ଥାନରେ ଅଳିଆ ଢ଼ାଳିବାରୁ . ଓଡ଼ିଆ ଆଲପୁର ଗାଁର କିଛି ଲୋକେ ବିରୋଧ କରିଥିଲେ . କିଛି ବୁଝିବା ପୂର୍ବରୁ ଉଭୟ ଗାଁର ଲୋକେ ଗାଳି ଗୁଲଜ ସହ ହାତାହାତି ହେବା ପରେ ଠେଲା ମାଡ଼ ହୋଇଥିଲା. ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୋଲିସ ପହଁଚି ବୁଝାସୁଝା ସହ ଘଟଣାର ତଦନ୍ତ ଜାରି ରଖିଛି.

author

Related Articles

Leave a Reply

Your email address will not be published. Required fields are marked *