ଅଶ୍ୱିନୀଙ୍କ ଫୋକସରେ କଟକ !

ଅଶ୍ୱିନୀଙ୍କ ଫୋକସରେ କଟକ !

ନିର୍ବାଚନକୁ କିଛିମାସ ବାକିଥିବା ବେଳେ ନେତା ମନ୍ତ୍ରୀ ମାନଙ୍କ ନିର୍ବାଚନ ପ୍ରଚାର ଜୋର ଧରିଲାଣି । ଚଳିତ ମାସରେ ତୃତୀୟ ଥର ପାଇଁ କଟକ ଗସ୍ତରେ ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ଗତକାଲି ଦୁଇଦିନିଆ କଟକ ଗସ୍ତରେ ଆସିଛନ୍ତି । କଟକରେ ପହଞ୍ଚିବା ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ଦେଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି । ସମୀର ଦେଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଆଜି କଟକ ସଦର ନିର୍ବାଚନ ମଣ୍ଡଳୀର ପରମହଂସ ମନ୍ଦିର ଯିବେ । ପରମହଂସଙ୍କଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେବେ । ଯଶପଡା ପଡ଼ିଆରେ ବିଜେପି କର୍ମକର୍ତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଅଶ୍ୱିନୀ ବୈଷ୍ଣବଙ୍କ ବାରମ୍ବାର କଟକ ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *