ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିରେ ଭୁଲ ତଥ୍ୟ

ସମ୍ବଲପୁରୀ ନାଟକ ଓ ସିନେମା ଭୁଖାକୁ କୋଶଲି ଲେଖାଯାଇଥିବାରୁ ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ବୁଧବାର ଦୃଢ଼ ବିରୋଧ କରାଯାଇଛି। ଲୋକପ୍ରିୟ ସମ୍ବଲପୁରୀ ନାଟକ ଓ ସମ୍ବଲପୁରୀ ସିନେମା ଭୁଖାର ରଚୟିତା ହେଉଛନ୍ତି ସମ୍ବଲପୁରୀ ସାହିତ୍ୟ ସାଧକ ଡ. ମଙ୍ଗଳୁ ଚରଣ ବିଶ୍ୱାଳ। ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ତଥା ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିର ପୃଷ୍ଠା ୯୧ରେ ମଙ୍ଗଳୁ ବିଶ୍ୱାଳଙ୍କ ରଚିତ ସୁନା ନେଉଳ ଏକାଙ୍କିକା ଛାତ୍ରୀଛାତ୍ରଙ୍କୁ ପଢାଯାଉଛି। ମାତ୍ର କ୍ଷୋଭର ବିଷୟ ହେଉଛି, ଏହି ଲେଖାରେ ଲେଖକଙ୍କ ପରିଚୟ ସ୍ତମ୍ଭରେ ତାଙ୍କ ଭୁଖା ନାଟକ ଓ ଚଳଚ୍ଚିତ୍ର କୋଶଲି ଭାଷାରେ ଲିଖିତ ବୋଲି ଉଲ୍ଲେଖ କରାଯାଇଛି। ଏହା ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଉପରେ ଆଧାରିତ ା ତାଙ୍କ ରଚିତ ଭୁଖା ନାଟକ ଓ ସିନେମା ସମ୍ବଲପୁରୀ ଭାଷା ଭାବରେ ରାଜ୍ୟ ଓ ଜାତୀୟ ସ୍ତରରେ ସ୍ବୀକୃତି ଲାଭ କରିଛି। ଏପରି କି କେନ୍ଦ୍ରୀୟ ଚଳଚ୍ଚିତ୍ର ପରିଷଦ ଏହାକୁ ସମ୍ବଲପୁରୀ ଚଳଚ୍ଚିତ୍ର ଭାବେ ପ୍ରମାଣପତ୍ର ପ୍ରଦାନ କରିଛି। ଲେଖକଙ୍କ ବିଷୟରେ କିଛି ନ ଜାଣି ତାଙ୍କୁ କୋଶଲି ଭାଷାର ଲେଖକ ବୋଲି ପରିଚୟ ଦେଇ ଆଗାମୀ ଛାତ୍ରୀଛାତ୍ରଙ୍କୁ ଭୁଲ ତଥ୍ୟ ଦେବାର ପ୍ରୟାସକୁ ହୀରାଖଣ୍ଡ ସାମ୍ମୁଖ୍ୟ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ତେଣୁ ଯଥାଶୀଘ୍ର ପାଠ୍ୟପୁସ୍ତକରେ ଏହାକୁ ସଂଶୋଧନ କରାଯାଉ ବୋଲି ଦାବି କରାଯାଇଛି। ଏ ନେଇ ବୁଧବାର ହୀରାଖଣ୍ଡ ସାମ୍ମୁଖ୍ୟ ସଭାପତି ଡ. ପରେଶ ଚନ୍ଦ୍ର ଦାନି, ପ୍ରଶାନ୍ତ କୁମାର ମିଶ୍ର, ଅଖିଳ ରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ପାଟ୍ଟଯୋଶୀ, ରାଜେଶ ବେହେରା, ରାଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉଚ୍ଚ ମାଧ୍ୟମିକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଏହାର ନକଲ ପ୍ରଦାନ କରାଯାଇଛି।

Stacks of books for teaching knowledge library green background
author

Related Articles

Leave a Reply

Your email address will not be published. Required fields are marked *