ଦିଲ୍ଲୀ ପରେ ଏବେ ବାୟୁ ପ୍ରଦୂଷଣରେ ରେକର୍ଡ କରୁଛି ଓଡିଶା । 24 ଘଣ୍ଟା ପରେ ମଧ୍ୟ ଅନୁଗୁଳ ଓ ବାଲେଶ୍ୱର ସହରରେ ସାଂଘାତିକ ସ୍ଥିତିରେ । ଗୁରୁବାର ଅନୁଗୁଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ 340 ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୩୦୪ ଓ କଟକରେ ପ୍ରଦୂଷଣ ମାତ୍ର ୨୮୪ ରହିଛି । ରାଜ୍ୟରେ ଅନୁଗୁଳ ସହରର ବାୟୁ ପ୍ରଦୂଷଣ ଚରମ ସୀମାରେ ପହଂଚିଛି । କେବଳ ଅନୁଗୁଳ ସହର ନୁହେଁ ଜିଲ୍ଲାର ପ୍ରାୟ ସବୁ ଅଂଚଳରେ ଏବେ ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଛି । ଥଣ୍ଡା ଦିନ ଓ କହୁଡ଼ି ପାଇଁ ଚଳାଚଳ ବାଧାପ୍ରାପ୍ତ ହେଉଛି । ଖରା ବଦଳରେ ଧୂଆଁଳିଆ ପରିବେଶ ହେଉଥିବାରୁ ଏହା ସ୍ଥିତିକୁ ଅଧିକ ବିଗାଡ଼ୁଛି ।

You can share this post!
author