
୨୦୨୩ ବିଶ୍ୱକପ ଶେଷ ହେବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ଟିମ ଇଣ୍ଡିଆ । ଇଣ୍ଡିଆ ଟିମ୍ କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ବିଶ୍ରାମ ଦିଆଯାଇ ଏବେ ଲକ୍ଷ୍ମଣଙ୍କୁ ଟିମ୍ ର କୋଚ୍ ଦାୟିତ୍ୱ ଦିଆଯାଇଛିି । ସୂଚନାନୁସାରେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦ୍ରାବିଡ ନିଜର କାର୍ଯ୍ୟକାଳକୁ ବୃଦ୍ଧି କରିବାକୁ ଚାହୁଁନଥିବା ବେଳେ ସେ ଭାରତୀୟ ଦଳ ଛାଡିବା ନେଇ ଖବର ପ୍ରକାଶ ପାଉଛି । ତେବେ ଦ୍ରାବିଡିଙ୍କୁ ଆଇପିଏଲର ଦୁଇଟି ଦଳ ନେବାକୁ ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥିବା ବେଳେ ଦ୍ରାବିଡି କେଉଁ ଦଳକୁ ଯିବେ ସେ ନେଇ କୌଣସି ସୂଚନା ମିଳିନି । ଲକ୍ଷ୍ନୌ ସୁପର ଜାଏଣ୍ଟସ ଦ୍ରାବିଡଙ୍କୁ ନିଜର ମେଣ୍ଟର କରିବାକୁ ଆଲୋଚନା ଆରମ୍ଭ କରିଥିବା ନେଇ ସୂଚନା ମିଳିଛି । ବିସିସିଆଇ ଓ ଦ୍ରାବିଡଙ୍କ ମଧ୍ୟରେ ଆଲୋଚନା ଶେଷ ହେବା ପରେ ଏନେଇ ସ୍ପଷ୍ଟ ଚିତ୍ର ମିଳିଯିବ । ଗତ ୨୦୨୧ ଟି-୨୦ ବିଶ୍ୱକପ ପରଠାରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିଛନ୍ତି । ଭାରତୀୟ ଦଳର କୋଚ୍ ରହିଥିବାରୁ ପରିବାର ସହ ସମୟ ବିତାଇ ପାରୁନାହାନ୍ତି ଦ୍ରାବିଡ ।

ତେଣୁ ଭାରତୀୟ ଟିମର କୋଚ୍ ପଦ ଛାଡି ଆଇପିଏଲରେ କୌଣସି ଫ୍ରାଞ୍ଚାଇଜର ମେଣ୍ଟର ଦାୟିତ୍ୱ ତୁଲାଇବାକୁ ଦ୍ରାବିଡ ଇଚ୍ଛୁକ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କାରଣ ଆଇପିଏଲ ମାତ୍ର ୨ ମାସ ଧରି ଖେଳାଯାଇଥାଏ । ଯେହେତୁ ଗୌତମ ଗମ୍ଭୀର ଲକ୍ଷ୍ନୌ ସୁପର ଜାଏଣ୍ଟସର ମେଣ୍ଟର ପଦ ଛାଡି ସାରିଛନ୍ତି ତେଣୁ ତାଙ୍କ ସ୍ଥାନରେ ଦ୍ରାବିଡଙ୍କୁ ଦଳରେ ନେବାକୁ ଲକ୍ଷ୍ନୌ ଅଧିକ ଉତ୍ସାହିତ ରହିଛି । ସେହିଭଳି ରାହୁଲଙ୍କୁ ଦଳରେ ସାମିଲ କରିବାକୁ ରାଜସ୍ଥାନ ରୟାଲ୍ସ ମଧ୍ୟ ନିଜ କୋଟ୍ କରିବାକୁ ଚାହୁଁଛି । କାରଣ ଭାରତୀୟ ଦଳର କୋଚ୍ ହେବା ପୂର୍ବରୁ ରାଜସ୍ଥାନ ପାଇଁ ଉଭୟ ଖେଳାଳୀ ଓ କୋଚ୍ ଦାୟିତ୍ୱ ତୁଲାଇ ସାରିଛନ୍ତି ଦ୍ରାବିଡ । ତେଣୁ ତାଙ୍କ ଅନୁଭବ ରାଜସ୍ଥାନ ପାଇଁ ସହାୟକ ହେବେ ବୋଲି ରାଜସ୍ଥାନର ପ୍ରଂଶସକ କହିଛନ୍ତି ।