ଚାଲିଛି ଆଇପିଏଲ 2024 । ଆଇପିଏଲ ଷଷ୍ଠ ମ୍ୟାଚରେ ପଞ୍ଜାବ କିଙ୍ଗସକୁ 4ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶିଖର ଧାୱନଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗସ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୭୬ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶିଖର ଧାୱନ ୩୫ ବଲରେ ୪୫ ରନ, ପ୍ରଭସିମରନ ୨୫ ରନ, ସାମ କୁରାନ୍ ୨୩ ଏବଂ ଜିତେଶ ଶର୍ମା ୨୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ୧୯.୨ ଓଭରରେ ୧୭୮ ରନ୍ ସଂଗ୍ରହ କରିବା ସହ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବିରାଟ କୋହଲିଙ୍କ ଦମଦାର ଅର୍ଧଶତକ ସାଙ୍ଗକୁ ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ବଳରେ ୬ ୱିକେଟ ବିନିମୟରେ ବିଜୟ ହାସଲ କରିନେଇଛି ବେଙ୍ଗାଲୁରୁ ।
