ପୁଣି ବିଜେଡିରେ ଖୋଜା ପଡିଲେ ଶ୍ରୀମୟୀ ମିଶ୍ର । ନିର୍ବାଚନ ପରେ ବଦଳିଗଲା ବାଜି । ପୁଣି ନିଜ ସ୍ଥାନକୁ ଫେରିଲେ ଶ୍ରୀମୟୀ ଅପା । ହଁ ଆଜ୍ଞା, ନିର୍ବାଚନର ୨ ମାସ ପୂର୍ବରୁ ବିଜେଡିରେ ଶ୍ରୀମୟୀ ମିଶ୍ରଙ୍କ ଗୁରୁତ୍ୱ କିଛି ବି ନଥିଲା । ୬ ମାସ ପୂର୍ବରୁ ସେ ଭୁବନେଶ୍ୱରର ସାମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ରାଜଧାନୀରେ ବୁଲୁଥିଲେ । ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଯାଇ ଲୋକସମ୍ପର୍କ ବଢାଇଥିଲେ । ଏପରିକି ଦଳୀୟ ନେତାମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିଲେ । କିନ୍ତୁ ମନ୍ମଥଙ୍କ ବିଜେଡିରେ ଏଣ୍ଟ୍ରି ପରେ ଶ୍ରୀମୟୀଙ୍କୁ ଦଳରେ ଆଉ ସେତେଟା ଗୁରୁତ୍ୱ ମିଳିଲାନି । ତାଙ୍କ ବଦଳରେ ମନ୍ମଥଙ୍କୁ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ କରାଗଲା । ଯାହାକୁ ନେଇ ଶ୍ରୀମୟୀ ଦଳରେ ଅସନ୍ତୋଷ ପ୍ରକାଶ କଲେ । ଏବଂ ଦଳ ଠାରୁ ଦୂରରେ ରହିଲେ । ଏପରିକି ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଚିହ୍ନବର୍ଣ୍ଣ ମିଳିଲାନି । କିନ୍ତୁ ପରେ ସେ ଧୀରେଧୀରେ ସକ୍ରିୟ ହେଲେ । ଆଉ ଏବେ ତାଙ୍କୁ ପୁଣି ଥରେ ଦଳରେ ଖୋଜା ପଡିଛି । ମନ୍ମଥଙ୍କୁ ଟିକେଟ ଦିଆଯାଇଥିଲେ ମଧ୍ୟ ତାଙ୍କ ବଦଳରେ ଶ୍ରୀମୟୀଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ରଥ ଯାତ୍ରାରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଦଳର ନବ କଳେବର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏହି ନବ କଳେବରରେ ଦଳର ନେତାମାନଙ୍କୁ ଦଳର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଅଭିଜ୍ଞ ଏବଂ ବରିଷ୍ଠ ନେତାଙ୍କୁ ଦଳରେ ପ୍ରାଧାନ୍ୟ ଦିଆଯାଇଛି । ଯେଉଁଥିରେ ଶ୍ରୀମୟୀଙ୍କ ନାଁ ରହିଛି । ଏବଂ ମନ୍ମଥ ଏଥିରୁ ବାଦ ପଡିଛନ୍ତି । ନିର୍ବାଚନ ସମୟରେ ସମସ୍ତ ନେତା ମନ୍ମଥଙ୍କୁ ସାହାଯ୍ୟ ସହଯୋଗ କରୁଥିବା ବେଳେ ତାଙ୍କୁ ଜିତାଇବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଥିଲେ । କିନ୍ତୁ ସେ ହାରି ଯାଇଥିଲେ । ଆଉ ଏବେ ତାଙ୍କୁ ମଧ୍ୟ ଅନ୍ୟ ନେତାଙ୍କ ଭଳି ପ୍ରଚ୍ଛଦ ପଟରେ ରଖାଯାଇଛି । ଦଳରେ ତାଙ୍କୁ ସେଭଳି କିଛି ବି ବଡ ଦାୟିତ୍ୱ ମିଳିନି । ବରଂ ତାଙ୍କ ବଦଳରେ ନବୀନ ଶ୍ରୀମୟୀଙ୍କୁ ବେଶି ଭରସା କରିଛନ୍ତିା ତେବେ ଦୀର୍ଘ ଦିନ ଠାରୁ ଶ୍ରୀମୟୀ ବିଜେଡିରୁ ଦୂରରେ ରହିଥିବା ବେଳେ ଦେଖାଯାଉ ତାଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ତାକୁ ସେ କେତେଦୂର ତୁଲାଇ ପାରୁଛନ୍ତି ଏବଂ ତାଙ୍କ ଭୂମିକା କେତେ ଗୁରୁତ୍ୱ ବହନ କରୁଛି ତାହା ଦେଖିବାର କଥା ।

You can share this post!
author