ଖୁବଶୀଘ୍ର ବଦଳିବ ରାଜନୀତିର ପାଣିପାଗ । ବଦଳିଯିବ ବାଜି , ପୁଣି ଶାସନ ଗାଦିରେ ବସିବ ବିଜେଡି । ଏ ଦାବି ବିଜେଡି ବିରୋଧୀ ଆସନରେ ବସିବା ଦିନଠାରୁ କରିଆସୁଛି । ରାଜ୍ୟରେ ନୂଆ ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଭରଷା ଦିନକୁ ଦିନ କ୍ଷୀଣ ହେଉଥିବାରୁ ବିଜେଡିର ଏ ଆଶା ଏବେ ବି ରହିଛି । କାରଣ ବିଜେପି ରାଜ୍ୟରେ ସରକାର ଗଢିବାର ୬ ମାସ ବିତିଗଲାଣି । କିନ୍ତୁ ନୂଆ ସରକାର ଆସିବାର କିଛି ବି ଫାଇଦା ସାଧାରଣ ଜନତାଙ୍କୁ ଏଯାଏଁ ମିଳିନି । ନା ବିଜେପି ନିଜର ୨୧ଟି ନିର୍ବାଚନୀ ଇସ୍ତାହାର ପୂରଣ କରିଛି ନା ୧୦୦ ଦିନରେ ସମସ୍ତ ପ୍ରତିଶୃତି ପୂରଣ ହେବା ନେଇ ଯେଉଁ ବଡ ବଡ ଭାଷଣ ମାରୁଥିଲେ ତାହା ପୂରଣ କରିଛନ୍ତି । ଏହା ସହ ଦରଦାମ ବୃଦ୍ଧି, ଆଇନ ବିଶୃଙ୍ଖଳା ବିଗୁଡୁଥିବା ବେଳେ ସରକାରଙ୍କ ପଦକ୍ଷେପ ଆଶାନୁରୂପ ହୋଇପାରୁନି । ଯେଉଁଥିରୁ ବିଜେପି ସରକାର ଗଢିବାର ମାତ୍ର ୬ ମାସ ମଧ୍ୟରେ ହିଁ ସାଧାରଣ ଜନତା ଅତିଷ୍ଠ ହୋଇଗଲେଣି । ଆଉ ଏହାର ଫାଇଦା ବିଜେଡିକୁ ମିଳୁଥିବା କୁହାଯାଉଛି ।
ତେବେ କେବଳ ଏତିକି ନୁହେଁ, ବିଜେପି ପ୍ରଥମ ଥର ସରକାରକୁ ଆସିଥିବାରୁ କ୍ଷମତା ପାଇଁ ଅନେକ ଦଳୀୟ ନେତା ଚାତକ ଭଳି ଚାହିଁ ରହିଛନ୍ତି । କିଛି ନେତା ଦଳର ଅସଲ ଚିତ୍ର ସାମ୍ନାକୁ ଆଣୁଥିବାରୁ ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବା ଆଶଙ୍କା କରାଯାଉଛି । ଏପରିକି ଦଳରେ ଥାଇ ବି ଦଳୀୟ ନେତାଙ୍କ ଆଗରେ ନିଜକୁ ତଡାଖିଆ ନେତା କହିବାକୁ ବି ବିଜେପି ବିଧାୟକ ପଛାଉନାହାନ୍ତି । ଯାହାକୁ ନେଇ ସାଧାରଣରେ ବିଜେପି ଶିବିରରେ କିଛି ବି ଠିକ୍ ଚାଲିନଥିବା ଏବଂ କ୍ଷମତା ପାଇଁ ନେତା ମାନେ ବାଉଳି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏବଂ ବରିଷ୍ଠ ନେତାଙ୍କୁ ପଛରେ ପକାଇ କାଲିକା ଛୁଆଙ୍କୁ ଦଳର ଶୀର୍ଷ ନେତୃତ୍ୱ ମନ୍ତ୍ରୀ ପଦ ଦେଇ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରୁଥିବା ଅଭିଯୋଗ ଆସୁଛି ।
ଅନ୍ୟପଟେ ବିଜେପିର ଜିତିବାକୁ ନେଇ ଏବେ ବି ସନ୍ଦେହ ରହିଛି । ବିଜେପି ଇଭିଏମ ହ୍ୟାକ କରି ଜିତିଥିବା ଏବେ ବି ଅଭିଯୋଗ ଆସୁଛି । ଏପରିକି ଜାତୀୟ ଗଣମାଧ୍ୟମରେ ଏ ଚର୍ଚ୍ଚା ଜାରି ରହିଥିବା ବିଜେଡି ନେତା ବୟାନ ଦେଉଛନ୍ତି । ଆଉ ଏସବୁକୁ ନେଇ ବିଜେଡି ନେତାମାନେ ଖୁବ କମ୍ ସମୟ ମଧ୍ୟରେ ସରକାର ଗଢିବାର ଦାବି କରୁଛନ୍ତି । ଏବଂ ୬ ମାସ ପରେ ବିଜେପି ନିଜେ ନିଜେ ନିଜ ଦଳ ଭାଙ୍ଗିଦେବା ନେଇ ବୟାନ ଦେଇଛନ୍ତି ବିଜେଡି ବିଧାୟକ ।