ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡିଆ ନବ ବର୍ଷରେ ନୂଆ ପାଞ୍ଜିକା ଆଜିଠାରୁ ପ୍ରଚଳନ କରାଯାଇଛି । ଏହି ନୂତନ ପଞ୍ଜିକା ଦୋଳ ପୂର୍ଣ୍ଣିମାରେ ପଠନ କରାଯାଇଥିଲା ଏବଂ ଆଜିଠାରୁ ଏହାର ପ୍ରଚଳନ କରାଗଲା । ରାଜ୍ୟର ରାଜନୈତିକ ସ୍ଥିତିକୁ ନେଇ ପୂର୍ବରୁ ପଞ୍ଜିକାରେ ବଡ ଧରଣର ପୂର୍ବାନୁମାନ କରାଯାଇଥିଲା । ବିବାହ ବ୍ରତ ଭଳି ବିଭିନ୍ନ ସୂଚନା ପାଇଁ ଓଡିଆ ଲୋକେ ପାଞ୍ଜିକାର ସାହାଯ୍ୟ ନେଇଥାନ୍ତି ।
ତେବେ ଓଡିଶାର ରାଜନୀତି ଓ ତିନି ରାଜନୈତିକ ଦଳଙ୍କୁ ନେଇ ମଧ୍ୟ ପାଞ୍ଜିକାରେ ଉଲ୍ଲେଖ ହୋଇଛି ଏପରି କଥା । ନୂଆ ପାଞ୍ଜିକାରେ ରାଜନୀତିକୁ ନେଇ ହୋଇଛି ବଡ ପୂର୍ବାନୁମାନ । ସାମ୍ନାକୁ ଆସିଛି ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ । ବଦଳିପାରେ ଓଡିଶାର ରାଜନୈତିକ ଦୃଶ୍ୟପଟ । ଶାସକ ଦଳ ଓ ବିରୋଧିଙ୍କୁ ନେଇ ମିଳିଛି ବଡ ସଙ୍କେତ । ଓଡିଆ ନବ ବର୍ଷ ଆରମ୍ଭରୁ ବଦଳିବ ଓଡିଶାର ରାଜନୈତିକ ପାଣିପାଗ । କାହା ପଲ୍ଲା ରହିବ ଭାରି କିଏ ହେବ ଅଧିକ ଜନପ୍ରିୟ ?
ନୂଆ ପାଞ୍ଜିରେ ତିନି ରାଜନୈତିକ ଦଳମାନଙ୍କ ନେଇ ବଡ ଖୁଲାସା କରିଛନ୍ତି ଜ୍ୟୋତିର୍ବିଦ । ନୂଆ ପାଞ୍ଜିରେ 2025 ବର୍ଷ କେମିତି ରହିବ ଉଲ୍ଲେଖ ରହିଛି । ରାଜ୍ୟରେ ଆଇନ ବ୍ୟବସ୍ଥା କିପରି ରହିବ ଏବଂ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ ରହିବ ସେ ନେଇ ମଧ୍ୟ ବର୍ଣ୍ଣିତ ହୋଇଛି । ତେବେ ପାଞ୍ଜିକାରେ ଉଲ୍ଲେଖ ହୋଇଥିବା କଥା ଏବେ ଗୁରୁତ୍ୱ ବହନ କରୁଛି । ନୂଆ ପାଞ୍ଜିରେ ଯେଉଁ ପୂର୍ବାନୁମାନ କରାଯାଇଛି ସେଥିରେ ଲେଖାଅଛି କି ଶାସକ ଦଳର ପ୍ରଭାବ ବଢିବ ଏବଂ ବିରୋଧିମାନେ ଦୁର୍ବଳ ହୋଇଯିବେ । ତଥାପି ଅପ୍ରୀତିକର ସ୍ଥିତିରେ ପଡିବେ ଶାସକ ଦଳ ।
ତେବେ ବର୍ତ୍ତମାନ ରାଜ୍ୟର ରାଜନୈତିକ ସ୍ଥିତିକୁ ଯଦି ଦେଖିବା ଶାସକ ଦଳ ଉପରେ ଭାରି ପଡୁଛନ୍ତି ଦୁଇ ବିରୋଧି ଦଳ । ସରକାର ଠିକ୍ ଭାବରେ କ୍ରିୟାଶୀଳ ହୋଇନପାରିବାର ଅଭିଯୋଗ ମଧ୍ୟ ଆସୁଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି କି ବୋଧ ହୁଏ ଧିରେ ଧୀରେ ପାଞ୍ଜିକାର କଥା ସତ ହେବାରେ ଲାଗିଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଏହି ପାଞ୍ଜିକା କରିଥିବା ଭବିଷ୍ୟବାଣୀ କେତେ ମାତ୍ରାରେ ସତ ହେଉଛି ।