ଆଉ ଶଙ୍ଖଭବନ ଯିବେନି ନବୀନ…. ନବୀନ ଦେବେ ମନ୍ତ୍ର କାମ କରିବେ ମୋହନ !

ଆଉ ଶଙ୍ଖଭବନ ଯିବେନି ନବୀନ…. ନବୀନ ଦେବେ ମନ୍ତ୍ର କାମ କରିବେ ମୋହନ !

 ହଁ ଦର୍ଶକବନ୍ଧୁ  ପୁଣିଥରେ ଏକ ନୂଆ ରୂପରେ ଆସୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେବଳ ବିଜେଡି ସୁପ୍ରିମୋ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କିଛି ନୂଆ ରୂପରେ ମଇଦାନକୁ ଓହ୍ଲାଇବେ ।  ଦଳର ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରତିଦିନ ଶଙ୍ଖ ଭବନରେ ଅଙ୍କ କଶୁଥିବା ନବୀନ ଆସନ୍ତା ନଭେମ୍ବର ମାସରୁ ପୁଣି ମଇଦାନକୁ ଓହ୍ଲାଇବେ । ସାରା ରାଜ୍ୟ ବୁଲି କର୍ମୀ ଓ ନେତାଙ୍କୁ ଭେଟିବେ । ତୃଣମୂଳ ସ୍ତରରେ ବିଜେଡିର ସ୍ଥିତି କଣ ରହିଛି ତାର ସମୀକ୍ଷା କରିବେ। ଅନ୍ୟପଟେ ନବୀନଙ୍କ ଏହି ପନ୍ଥାକୁ ଫଲୋ କରିଛନ୍ତି ମୋହନ ସରକାର । ଗୋଟିଏ ପଟେ ବିଜେଡି ସଭାପତି ଖୋଦ ନିଜେ ଗାଁ ବୁଲିବା ପାଇଁ ବାହାରିଥିବା ବେଳେ ବିଜେପିର ମନ୍ତ୍ରୀମାନଙ୍କୁ ଏପରି କିଛି ଗୁରୁ ଦାୟିତ୍ୱ ଦେଇଛନ୍ତି ମୋହନ ସରକାର । ତେବେ ବିଜେଡି ହାରିବା ପରେ ପରାଜୟର କାରଣ ଖୋଜି ପାଉନଥିବା ବେଳେ ଶଙ୍ଖଭବନ ଛାଡି ନଭେମ୍ୱରରୁ ମଇଦାନକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଜଣଙ୍କ ପରେ ଜଣେ ନେତା ବିଜେଡି ହାରିବା ପଛର କାରଣ ନବୀନଙ୍କ ସଙ୍ଗଠନ ପ୍ରତି ଦୃଷ୍ଟି ନଦେବା ବୋଲି ଦର୍ଶାଉଛନ୍ତି ।  ଦଳର ବରିଷ୍ଠ ନେତାମାନେ ସାମ୍ନାକୁ ଆସି ଖୋଦ ବିଜେଡି ସୁପ୍ରିମୋଙ୍କ ଉପରେ ଦୋଷାରୋପ କରୁଛନ୍ତି । କେହି କେହି ନବୀନଙ୍କ ରାଜ୍ୟ ବୁଲିବାକୁ କଟାକ୍ଷ କରୁଛନ୍ତି ଅନ୍ୟପଟେ ନବୀନଙ୍କ ରାଜ୍ୟ ବୁଲା ଶୁଣି ମୋହନଙ୍କ ଛାତିରେ ଛନକା ପଶିଲାଣି ସେଇଥିପାଇଁ ତ ମନ୍ତ୍ରୀ ମାନଙ୍କୁ ନବୀନଙ୍କୁ ଫଲୋ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ  ନବୀନ ପୁଣି ରାଜ୍ୟରେ ବୁଲିଲେ ଏବଂ ବାସ୍ତବିକ ସ୍ଥିତି ପରଖିଲେ ପୁଣି ଥରେ ଦଳ ମଜବୁତ ହେବ କୁହାଯାଉଥିବା ବେଳେ ଆଗକୁ କଣ ରହୁଛି ବିଜେଡିର ସ୍ଥିତି କେବଳ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *