ଆଉ ହେବନି ବିଦ୍ୟୁତ୍ କାଟ୍ । ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ୍ କରାଯିବନି ବୋଲି ଘୋଷଣା କରିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସାଧାରଣ ଜନତା ହନ୍ତସନ୍ତ ହେଉଥିବା ବେଳେ ଏହା ସାଙ୍ଗକୁ ବିଦ୍ୟୁତ୍ କାଟ୍ ଲୋକଙ୍କୁ ଆହୁରି କଷ୍ଟ ଦେଉଛି । ଯାହାକୁ ଦୃଷ୍ଟିରେ ରଖି ଶକ୍ତି ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକଲେ ବି ଏବେ ବିଦ୍ୟୁତ୍ ସଂଯୋଗ କଟା ଯିବନି ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ । କିନ୍ତୁ ବକେୟା ବିଲ୍ ପୈଠ କରିବାକୁ ପଡିବ ବୋଲି ସୂଚନା ମିଳିଛି । ଏହା ସହ କାଳବୈଶାଖୀ କାରଣରୁ ବିଦ୍ୟୁତ୍ ଆଘାତ ହେଉଥିବା ଏବଂ ବିୁଦ୍ୟତ୍ ଖୁଣ୍ଟି ଉପୁଡି ଯାଉଥିବା ବେଳେ ତୁରନ୍ତ ସମାଧାନ କରାଯାଉଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

You can share this post!
author