ଓଡିଶାର ପ୍ରସିଦ୍ଧ ଯାତ୍ରା କଟକର ବାଲିଯାତ୍ରା । ବାଲିଯାତ୍ରାକୁ ଆଉ କିଛି ଦିନ ବାକି ରହିଲା । ଜମିବାକୁ ଯାଉଛି ବାଲିଯାତ୍ରା । ଏଥର ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜ୍ଜା କାହିଁକିନା ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସୁଛି ଅଣ୍ଡର ୱାଟର ଟର୍ନେଲ ଆକ୍ୱାରିୟମ । ଏହାର ଲମ୍ବ ୨୫୦ ଫୁଟ ଏବଂ ଚଉଡା ୬୦ ଫୁଟ । ଏହି ଆକ୍ୱାରିୟମରେ ମଜା ଉଠାଇପାରିବେ ଲୋକେ । ଚାରିପଟେ ପାଣି ସହ ପାଣି ଭିତରେ ବିଭନ୍ନ ପ୍ରକାରର ମାଛ ଦେଖିବାକୁ ମିଳିବ । ଆକ୍ୱାରିୟମରେ ସାର୍କ, ତିମି, ଅକ୍ଟୋପସ୍ ୫ ହଜାର ପ୍ରକାରର ମାଛ ଦେଖିପାରିବେ ଦର୍ଶକ । ସମୁଦ୍ର ଭିତରେ ଚାଲିଲା ଭଳି ଅନୁଭବ କରିପାରିବେ ଦର୍ଶକ । ତାମିଲନାଡରୁ ସମସ୍ତ ଉପକରଣ ଅଣାଯିବ । ଟିକେଟର ମୂଲ୍ୟ ୧୦୦ରୁ ୧୫୦ ରଖଯାଇଛି ।

You can share this post!
author
Related Articles
ମୋହନ ବାଣ୍ଟିବେ ଭୋଜି ଖାଇବାକୁ ଯିବେ ନବୀନ !
- May 30, 2025
ଗଡିବନି ନବୀନଙ୍କ ବସ୍ ମୋହନ ହେବେ ନାକେଦମ୍ !
- May 30, 2025