ଆକାଶରୁ ବର୍ଷୁଛି ନିଆଁ

ଆକାଶରୁ ବର୍ଷୁଛି ନିଆଁ

ଏପ୍ରିଲ ଆରମ୍ଭରୁ କଲବଲ କରାଇଲାଣି ତାତି । ଆକାଶରୁ ନିଆଁ ବର୍ଷା ହେଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଆଜି 18ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଂଜ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର,ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଓ ମାଲକାନଗିରି ଜିଲ୍ଲା ପାଇଁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ହେଲେ ଆସନ୍ତାକାଲିଠାରୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାଗ ବଦଳିବ । ବଙ୍ଗୋପସାଗରରେ ଗୁରୁଚାପ ଯୋଗୁ ଦକ୍ଷିଣା ପବନ ବହିବ । କାଳବୈଶାଖୀ ବର୍ଷା ସହିତ ବିଜୁଳି, ଘଡ଼ଘଡ଼ି ଓ ପବନ ବହିବାର ସମ୍ଭାବନା ରହିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ଦିନର ସର୍ବାଧିକ ୪୩ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *