ଆକିଲିରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ

ଆକିଲିରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ

ଗଜପତି:ମୋହନା

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଆକିଲି ଗ୍ରାମରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ ହୋଇଯାଇଛି l ଏହି ଅବସରରେ ଅକ୍ଷି ମୁଠି ଅନୁକୂଳ ହୋଇଛି । ଅକ୍ଷୟ ତୃତୀୟାରେ ଚାଷୀ ବିଲରେ ବିହନ ବୁଣି ଚାଷ କାର୍ଯ୍ୟ ଆରମ୍ଭ କଲେ ଭଲ ଫସଲ ହୋଇଥାଏ ବୋଲି ଚାଷୀ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ସେଥିପାଇଁ ଆକିଲି ଗାଁରେ ଅକ୍ଷୟ ତୃତୀୟା ଉପଲକ୍ଷେ ବ୍ଲକ ସ୍ତରୀୟ କୃଷକ ଦିବସ ପାଳନ କରିବା ସହ ବିଲରେ ବିହନ ପୂଜା କରିବା ପରେ ଚାଷୀ ହଳ ବୁଲାଇ ଗୀତ ଗାଇ ଖୁସିରେ ଅକ୍ଷୀ ମୁଠି ଅନୁକୂଳ କରିଛନ୍ତି । ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ, ଆତ୍ମା ଅଧ୍ୟକ୍ଷ ଗୌରୀ ଶଙ୍କର ପ୍ରଧାନୀଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ l

author

Related Articles

Leave a Reply

Your email address will not be published. Required fields are marked *