ଆକ୍ରମଣ ପରେ ବିଜେଡି ନେତାଙ୍କୁ ଆସିଲା ହତ୍ୟା ଧମକ !

ଆକ୍ରମଣ ପରେ ବିଜେଡି ନେତାଙ୍କୁ ଆସିଲା ହତ୍ୟା ଧମକ !

ବିଜେଡି ନେତା ମନ୍ମଥ ରାଉତରାୟଙ୍କୁ ଆସିଛି ହତ୍ୟା ଧମକ । ବିଳମ୍ବିତ ରାତିରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଆସିଛି ହତ୍ୟା ଧମକ । ଏକ ଫୋନ କଲ ଯୋଗେ କେହି ଦୃବୃର୍ତ ମନ୍ମଥଙ୍କୁ ହତ୍ୟା ଧମକ ଦେବା ସହ ତାଙ୍କୁ ୫ ଲକ୍ଷ ଟଙ୍କା ମାଗିଥିବା ମନ୍ମଥ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ , ଯଦି ମନ୍ମଥ ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ଏବଂ ତାଙ୍କ ଘରକୁ ବୋମା ଦ୍ୱାରା ଉଡାଇ ଦିଆଯିବା ନେଇ ଧମକ ଦେଇଛି ଦୁବୃର୍ତ୍ତ ଜଣକ । ଏହା ସହ ଯଦି ଏ ସମ୍ପର୍କରେ ପୋଲିସଙ୍କୁ ଅବଗତ କରାନ୍ତି ତେବେ ତାଙ୍କ ସହ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା କରାଯିବା ନେଇ ଧମକ ମିଳିଛି । ଏବଂ ଦୁଇ ଥର ଏପରି ଧମକ ମିଳିଲା ପରେ ମନ୍ମଥ ଡେରି ନକରି ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ଏବଂ ଅଭିଯୋଗ ପାଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଆଉ ଏ ଖବର ରାଜ୍ୟରେ ବି ଚହଳ ପକାଇଛି । କାହିଁକି ନା ଗୋଟିଏ ପଟେ ଯୁଦ୍ଧ ଚାଲିଥିବା ବେଳେ ଏପଟେ ଓଡିଶା ନେତାଙ୍କୁ ଧମକ ଆସୁଛି ।

ଏହା ସହ ସରକାରକୁ ହଟିବା ପରେ ବାରମ୍ବାର ବିଜେଡି ନେତାଙ୍କୁ ଟାର୍ଗେଟ କରାଯାଉଥିବା ଚର୍ଚ୍ଚା ହେଉଛି । କାହିଁକି ନା ନିକଟରେ ଯାଜପୁର ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଆକ୍ରମଣ କରାଯାଇଥିଲା । ପ୍ରଣବ ଏକ କାଯ୍ୟକ୍ରମକୁ ଯାଉଥିବା ବେଳେ ପ୍ରାୟ ୫୦ ଜଣ ଯୁବକ ତାଙ୍କ ଗାଡିକୁ ଆକ୍ରମଣ କରିଥିଲେ । ଏବଂ ଏହାଦ୍ୱାରା ସେହି ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହୋଇଥିଲା । ଆଉ ଏବେ ଆଉ ଜଣେ ବିଜେଡି ନେତାଙ୍କୁ ଟାର୍ଗେଟ କରାଯାଇଛି । ତାଙ୍କୁ ସିଧାସଳଖ ହତ୍ୟା ଧମକ ଦିଆଯାଉଛି । ଏବଂ ଜୀବନ ବଦଳରେ ୫ ଲକ୍ଷ ଟଙ୍କା ମଗାଯାଇଛି । ଯେଉଁଥିରୁ ରାଜ୍ୟରେ ଆଇନ ଶୃଙ୍ଖଳା କେତେ ବିପଯ୍ୟସ୍ତ ତାହା ସ୍ପଷ୍ଟ ପ୍ରମାଣିତ ହେଉଛି । ଏହା ସହ ଯେଉଁଠି ନେତାମାନେ ସୁରକ୍ଷିତ ନାହାନ୍ତି ସେଠି ସାଧାରଣ ଲୋକେ କେତେ ସୁରକ୍ଷିତ ତାହା ତ ଏହି ସବୁ ଘଟଣାରୁ ଆଶଙ୍କା କରାଯାଉଛି ।

କିନ୍ତୁ ଅନ୍ୟପଟେ ବିଜେପି ସରକାର ଏସବୁ ପ୍ରତି ଧ୍ୟାନ କଣ ଦେବେ ରାଜ୍ୟରେ ଆଇନ ବ୍ୟବସ୍ଥା ବିଜେପି ସରକାରରେ ଆହୁରି ଉନ୍ନତ ହୋଇଥିବା ବୟାନବାଜି କରୁଛନ୍ତି । ତେବେ ଦେଖାଯାଉ ବିଜେଡି ନେତାଙ୍କ ପ୍ରତି ଏ ଆଚରଣକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କେଉଁ ଆକ୍ସନ ନେଉଛନ୍ତି ଏବଂ ମୋହନ ସରକାରଙ୍କ ଉପରେ କେଉଁ ଚାପ ପକାଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *