ଆକ୍ସନ ମୁଡରେ ପ୍ରଭାତି…ଏସଏଚଜି ମହିଳାଙ୍କୁ ମୋହନଙ୍କ ଛାଟ !

ଆକ୍ସନ ମୁଡରେ ପ୍ରଭାତି…ଏସଏଚଜି ମହିଳାଙ୍କୁ ମୋହନଙ୍କ ଛାଟ !

ଆକ୍ସନ ମୁଡରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବଣ୍ଟାଯାଉଛି ନିମ୍ନମାନର ଛତୁଆ ଏସଏଚଜି ଗ୍ରୁପ ମହିଳାଙ୍କୁ ମାଗିଲେ ଜବାବ । 125ଟି ଏସଏଚଜି ଗ୍ରୁପକୁ ବାଜିଲା ମୋହନ ସରକାରଙ୍କ ଛାଟ । ସରକାରଙ୍କ ତରଫରୁ ଗର୍ଭବତୀ ମହିଳାମାନଙ୍କୁ ଏବଂ ଛୋଟ ଛୁଆମାନଙ୍କୁ ଛତୁଆ ବଣ୍ଟନ କରାଯାଇଥାଏ । କିନ୍ତୁ ନିମ୍ନମାନର ଛତୁଆ ବଣ୍ଟାଯାଉଥିବା ନେଇ ବାରମ୍ୱାର ଅଭିଯୋଗ ହୋଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ ଏହାର କୌଣସି ସମାଧାନ କରାଯାଇନଥିଲା । ତେବେ ବିଧାନସଭାରେ ନିମ୍ନମାନର ଛତୁଆ ପ୍ରସଙ୍ଗ ଉଠିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ମୋହନ ସରକାର ।
ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ । ହଁ ଆଜ୍ଞା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ଉପୁଜୁଥିବା ନାନାଦି ସମସ୍ୟା ନେଇ ଗୃହରେ ପ୍ରଶ୍ନ କରୁଛନ୍ତି ବିଧାୟକ ଏବଂ ଏହାର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଗତ ଶନିବାର ଗୃହରେ ଉଠିଥିଲା ନିମ୍ନମାନର ଛତୁଆ ପ୍ରସଙ୍ଗ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ନିମ୍ନମାନର ଛତୁଆ ନେଇ ପ୍ରଶ୍ନ କରିଛନ୍ତି ବିଧାୟକ କଳିକେଶ ନାରାୟଣ ସିଂଦେଓ । ଆଉ ଏହାର ଉତ୍ତରରେ ପ୍ରଭାତି ପରିଡା କହିଛନ୍ତି, ନିମ୍ନମାନର ଛତୁଆ ଯୋଗାଣ କରୁଛନ୍ତି ଏସଏଚଜି ଗ୍ରୁପ । ୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଏଭଳି ଅଭିଯୋଗ ଆସିଛି । କାରଣ ଦର୍ଶାଅ ନୋଟିସ ଜାରି କରିଛି ମହିଳା ଶିଶୁ ବିକାଶ ବିଭାଗ । ଷ୍ଟେଟ ଫୁଡ୍ ଟେଷ୍ଟିଂ ଲାବରୋଟେରୀ ଭୁବନେଶ୍ଵରରେ ନମୁନା ପରୀକ୍ଷା ହୋଇଥିଲା ।
ମହିଳା ଓ ଶିଶୁ ବିକାଶର ମନ୍ତ୍ରୀ ପ୍ରଭାତି ପରିଡାଙ୍କ ସୂଚନା ମୁତାବକ ଫୁଡ ଟେଷ୍ଟିଂ ହେବାପରେ ନିମ୍ନମାନର ଛତୁଆ ନେଇ ଏସଚଜିଗ୍ରୁପକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ତେବେ ଆଗକୁ କାରଣ ଦର୍ଶାଅ ନୋଟିସରେ କଣ ଉତ୍ତର ରଖୁଛନ୍ତି ଏସଏଚଜି ଗ୍ରୁପ ଏବଂ ଆଗକୁ କେଉଁ ଆକ୍ସନ ନେଉଛନ୍ତି ସରକାର ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *