ଆଜିଠୁ ରାଜ୍ୟରେ ଟାଇଁ ଟାଇଁ ଖରା । ଆଗକୁ ଆହୁରି ବଢିବ ତାତି । ୪ରୁ ୫ ଦିନ ଯାଏଁ ଉଭୟ ଦିନ ଏବଂ ରାତି ତାପମାତ୍ରା ବଢିବା ନେଇ ସୂଚନା ମିଳିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବା ସହ କିଛି ସ୍ଥାନରେ ତାପମାତ୍ରା ୩୪-୩୫ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଉପକୂଳ ଓଡ଼ିଶାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।
ଅନ୍ୟପଟେ ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ଘନ କୁହୁଡିର ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଘନ କୁହୁଡି କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏବଂ ଆଗକୁ ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୪୮ ଘଣ୍ଟା ପାଇଁ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।
