ଆଜି ରାଜ୍ୟର କିଛି କିଛି ସ୍ଥାନରେ ପାଗରେ ପରିବର୍ତ୍ତନ ହୋଇଛି । କେଉଁଠି କେଉଁଠି ଅସହ୍ୟ ଗୁଳୁଗୁଳି, ଗରମ , ଖରା ହେଉଛି ତ ଆଉ କେଉଁଠି ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟର ୫ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ସୂଚନା ରହିଛି । ବର୍ଷା , ଘଡଘଡି ସହ ଝଡ ତୋଫାନର ପୂର୍ବାନୁମାନ କରି କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା ଏବଂ ବରଗଡ ଭଳି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
