ଆଗାମୀ ୩ ଦିନ ଯାଏଁ ଘନ କୁହୁଡି ନେଇ ୱାର୍ଣ୍ଣିଂ

ଆଗାମୀ ୩ ଦିନ ଯାଏଁ ଘନ କୁହୁଡି ନେଇ ୱାର୍ଣ୍ଣିଂ

ଉପକୂଳରେ ଛାଇ ହୋଇ ରହିଛି ଘନ କୁହୁଡି । କୁହୁଡିର ମାତ୍ରା ଏତେ ଅଧିକ ଯେ ରାସ୍ତା ବି ଦୃଶ୍ୟମାନ ହେଉନି । ଭିଜିବିଲିଟି କମିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଓଡିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଏହି କୁହୁଡି ଦେଖିବାକୁ ମିଳିଛି । ଆଗାମୀ ୨ ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି। ଏହି ସମୟରେ ଯାତାୟାତ ତଥା ଜାତୀୟ ରାଜପଥ ଗୁଡିକରେ ପରିବହନରେ ବାଧା ଉପୁଜିପାରେ। ସେପଟେ ରାଜ୍ୟରେ ରାତି ତାପମାତ୍ରା ଆହୁରି ବଢ଼ିବ।

author

Related Articles

Leave a Reply

Your email address will not be published. Required fields are marked *