ଆଜିଠୁ ରାଜ୍ୟରେ ବଢିବ ତାତି ଓ ଅସହ୍ୟ ହେବ ଗୁଳୁଗୁଳି । ୩ରୁ ୫ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ବଢିବା ନେଇ ସୂଚନା ମିଳିଛି । ଏନେଇ ପୂବାନୁମାନ କରିଛି ଭୁବନେଶ୍ୱରୃର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୂଚନା ଅନୁସାରେ, ବାତ୍ୟା ରେମଲର ପ୍ରଭାବ ହ୍ରାସ ହେବା ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛିା ଆଜିଠୁ ୩ରୁ ୪ ଦିନ ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ହେଲେ ହିଟୱେଭର ସମ୍ଭାବନା ନାହିଁ। କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଧିକାଂଶ ସ୍ଥାନରେ ତାପମାତ୍ରା ବିଶେଷ ଅଧିକ ରହୁ ନଥିବା ବେଳେ ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ହେଉଛି।

You can share this post!
author