ଆଜିଠାରୁ ଦୁଲୁକିବ ବିଶ୍ୱର ସବୁଠାରୁ ବଡ଼ ରଙ୍ଗମଞ୍ଚ। ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଆଜିଠାରୁ ଆରମ୍ଭ ହୋଇ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି। ରଙ୍ଗ ମହଲକୁ ନୂଆ ରୂପ ଦିଆଯାଇଛି। କଂସଙ୍କ ରାଜ ଦରବାର ସମେତ ରଂଗମହଲ ଓ ବିଭିନ୍ନ ତୋରଣ କାମ ସରିଛି। ଏଥର ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ଭିତରେ ୧୪ଟି ମଂଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେଉଛି।

You can share this post!
author