ଭୁବନେଶ୍ୱର:
ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ । ଯେଉଁ ଛାତ୍ରଛାତ୍ରୀ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବେ ଏବଂ ସେମାନେ କୌଣସି ବିଷୟରେ କମ୍ ମାର୍କ ରହିଛି ବୋଲି ଭାବୁଥିବେ, ସେହି ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଖାତା ଯାଞ୍ଚ ପାଇଁ ଅନଲାଇନରେ ଆବେଦନ କରିପାରିବେ
ସୂଚନା ଅନୁଯାୟୀ, ସବଜେକ୍ଟିଭ ଓ ଅବଜେକ୍ଟିଭ ବିଷୟରେ ଯାଞ୍ଚ ଓ ପରୀକ୍ଷା ଖାତା ନକଲ ନେବା ପାଇଁ ଦେୟ ଦେବାକୁ ପଡ଼ିବ । ବୋର୍ଡ ୱେବସାଇଟରେ ଆବେଦନ କରିବାର ସମସ୍ତ ନିୟମାବଳୀ ଉପଲବ୍ଧ ରହିଛି ।
ତେବେ ଆସନ୍ତା ଜୁନ୍ ୬ ତାରିଖ ଯାଏ ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିବ । ଫି’ ଓ ଆବେଦନପତ୍ର ଦାଖଲ କରିବାର କିଛି ଦିନ ମଧ୍ୟରେ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କସିଟ୍ ପ୍ରଦାନ କରିବେ । ଖାତାର ଅବିକଳ ନକଲ ଆବେଦନକାରୀମାନେ ବୋର୍ଡ ୱେବସାଇଟରୁ ଡାଉନଲୋଡ କରିପାରିବେ ।