ଆଜିଠୁ ଓଡିଶା ଉପକୂଳରେ ମାଛଧରା ବନ୍ଦ

ଆଜିଠୁ ଓଡିଶା ଉପକୂଳରେ ମାଛଧରା ବନ୍ଦ

ଆଜିଠୁ ଓଡିଶା ଉପକୂଳରେ ମାଛଧରା ବନ୍ଦ । ନଦୀ ମୁହାଣ ଗୁଡିକରେ ବି ମାଛଧରା ଉପରେ ଅଙ୍କୁଶ ଲାଗିଛି । ଏହି କଟକଣା ଆସନ୍ତା ଜୁନ ୧୪ ତାରିଖ ଅର୍ଥାତ ଦୁଇ ମାସ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସୂଚନା ମିଳିଛି । ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି । କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ବର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। ଓମ୍ଫ୍ରା ଆକ୍ଟ ବା ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

author

Related Articles

Leave a Reply

Your email address will not be published. Required fields are marked *