ରାଜ୍ୟରେ ଅସହ୍ୟ ହେଉଛି ଗୁଳୁଗୁଳି । ବଢିବାରେ ଲାଗିଛି ତାପମାତ୍ରା । ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ସକାଳ ସାଢେ 8ଟାରୁ 36 ଡିଗ୍ରୀ ଛୁଇଁଲାଣି ତାପମାତ୍ରା । ବାଲେଶ୍ୱର ଓ ଅନୁଗୁଳରେ ତାପମାତ୍ରା 36 ଡିଗ୍ରୀ ଛୁଇଁଛି । ସୂଚନା ଅନୁଯାୟୀ କଟକର ତାପମାତ୍ରା ୩୪.୬ ଡିଗ୍ରୀ, ଝାରସୁଗୁଡାରେ ୩୪.୨ ଡିଗ୍ରୀ ଏବଂ ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ବାରିପଦା ୩୫ ଡିଗ୍ରୀ, ଭବାନୀପାଟଣା ୩୫ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୪.୮ ଡିଗ୍ରୀ, ତାଳଚେରର ତାପମାତ୍ରା ୩୫.୨ ଡିଗ୍ରୀ, ରେକର୍ଡ କରାଯାଇଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025